ଅସହ୍ୟ ହେଲା ଲୋକଙ୍କ ଟାହି ଟାପରା, ଜୀବନ ହାରିଲେ ଯୁବତୀ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନ୍ୟାୟ ପାଇଁ ଥାନାକୁ ଯାଇଥିଲେ। ହେଲେ କେହି ଶୁଣିଲେନି। ସେପଟେ ଲୋକଙ୍କ ଟାହି ଟାପରେ ଅସହ୍ୟ ହେଲା। ଘରୁ ବାହାରିପାରିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ଜୀବନ ହାରିଲେ ଶୁଭ୍ରାଶୁଭଦର୍ଶନୀ ସ୍ୱାଇଁ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଘଟିଛି। ପଦ୍ମପୁର ପଞ୍ଚାୟତ ମହାମୁଦା ଗାଁର ସଚିତ୍ର ସ୍ୱାଇଁ ପରିବାର ଓ ପଡ଼ୋଶୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ପଡ଼ୋଶୀମାନେ ସଚିତ୍ର ଓ […]

Kendrapara

Kendrapara

Manoranjan Sial
  • Published: Friday, 15 July 2022
  • Updated: 15 July 2022, 07:07 PM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ନ୍ୟାୟ ପାଇଁ ଥାନାକୁ ଯାଇଥିଲେ। ହେଲେ କେହି ଶୁଣିଲେନି। ସେପଟେ ଲୋକଙ୍କ ଟାହି ଟାପରେ ଅସହ୍ୟ ହେଲା। ଘରୁ ବାହାରିପାରିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ଜୀବନ ହାରିଲେ ଶୁଭ୍ରାଶୁଭଦର୍ଶନୀ ସ୍ୱାଇଁ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଘଟିଛି।

ପଦ୍ମପୁର ପଞ୍ଚାୟତ ମହାମୁଦା ଗାଁର ସଚିତ୍ର ସ୍ୱାଇଁ ପରିବାର ଓ ପଡ଼ୋଶୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ପଡ଼ୋଶୀମାନେ ସଚିତ୍ର ଓ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ। ବାପା-ମାଆଙ୍କୁ ବଞ୍ଚାଇବାକୁ ଆସି ୨୨ ବର୍ଷୀୟ ଝିଅ ଶୁଭ୍ରାଶୁଭଦର୍ଶନୀ ମାଡ଼ ଖାଇଥିଲେ। ଏପରିକି କଟୁ ଭାଷାରେ ଗାଳି ମଧ୍ୟ ଦେଇଥିଲେ। ଏନେଇ ପରିବାର ଲୋକ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉଭୟ ପକ୍ଷଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲା। ହେଲେ ମାଡ଼ ମାରିଥିବା ଅଭିଯୁକ୍ତମାନେ ଥାନାକୁ ଆସିନଥିଲେ। ପୁଲିସ୍‌ ଡାକରାକୁ ଉକ୍ତ ପରିବାର ହେୟଜ୍ଞାନ କରିଥିବା ଅଭିଯୋଗ ହୋଇଥିଲା।

ମାମଲା ଥାନାକୁ ଗଲା ପରେ ସଚିତ୍ରଙ୍କ ପରିବାର ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା। ବାଟରେ ଯାଉଥିବା ବେଳେ ସଚିତ୍ରଙ୍କ ଝିଅ ଶୁଭ୍ରାଶୁଭଦର୍ଶନୀଙ୍କୁ ଥଟ୍ଟା ଓ ପରିହାସ ଶୁଣିବାକୁ ପଡ଼ୁଥିଲା। ଯାହାକୁ ନେଇ ଶୁଭ୍ରାଶୁଭଦର୍ଶନୀ ମାନସିକ ଚାପରେ ଥିଲେ। ପଡ଼ୋଶୀଙ୍କ ଦ୍ୱାରା ବାରମ୍ୱାର ଥଟ୍ଟାରେ ସମ୍ମୁଖୀନ ହେବା ପରେ ନଜିଇଁବାର ରାସ୍ତା ବାଛିଥିଲେ ଶୁଭ୍ରାଶୁଭଦର୍ଶନୀ। ଆଜି ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମାଆ ଝରଣା ସ୍ୱାଇଁ ଅଭିଯୋଗ କରିଛନ୍ତି।

ନ୍ୟାୟ ଦାବିରେ ପରିବାର ଲୋକ ଝିଅର ମୃତଦେହକୁ ଧରି ଥାନା ସମ୍ମୁଖରେ ପହଞ୍ଚିଥିଲେ। ଥାନା ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ। ଏସ୍‌ଡିପିଓ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos