ଫୋନ୍‌ କରି ଯୁବତୀଙ୍କୁ ଡାକିଲେ, ଜଙ୍ଗଲକୁ ଟେକିନେଇ ଜଣେ ପରେ ଜଣେ କଲେ ଦୁଷ୍କର୍ମ!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଜଙ୍ଗଲ ଭିତରେ ରାତି ସାରା ଜଣେ ଯୁବତୀଙ୍କୁ ୩ ଅଭିଯୁକ୍ତ ଜଣେ ପରେ ଜଣେ ଦୁଷ୍କର୍ମ କରି ଜଙ୍ଗଲରେ ଛାଡ଼ି ପଳାଇ ଯାଇଛନ୍ତି। ଏପରି ଅମାନବିକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଘଟିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବୀରମିତ୍ରପୁର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣାଟି ଏମିତି। କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ […]

rkl

rkl

Manoranjan Sial
  • Published: Thursday, 31 October 2019
  • Updated: 31 October 2019, 04:34 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଜଙ୍ଗଲ ଭିତରେ ରାତି ସାରା ଜଣେ ଯୁବତୀଙ୍କୁ ୩ ଅଭିଯୁକ୍ତ ଜଣେ ପରେ ଜଣେ ଦୁଷ୍କର୍ମ କରି ଜଙ୍ଗଲରେ ଛାଡ଼ି ପଳାଇ ଯାଇଛନ୍ତି। ଏପରି ଅମାନବିକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଘଟିଛି। ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବୀରମିତ୍ରପୁର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣାଟି ଏମିତି। କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳର ଜଣେ ଯୁବକଙ୍କ ସହ ଜଣେ ଯୁବତୀ ରୀମା(ଛଦ୍ମନାମ)ଙ୍କର ପୂର୍ବରୁ ଚିହ୍ନା ପରିଚୟ ଥିଲା। ତେବେ ଗତ ମଙ୍ଗଳବାର ସଞ୍ଜ ବେଳେ ସମ୍ପୃକ୍ତ ଯୁବକ ରୀମାଙ୍କ ପାଖକୁ ଫୋନ୍‌ କରିଥିଲା। ଗାଁ ନିକଟସ୍ଥ ଜଙ୍ଗଲ ପାଖରେ କଥା ହେବାକୁ କହିଥିଲା। ଆଉ ଫୋନ୍‌ ପାଇବା ପରେ ରୀମା ତାଙ୍କର ଜଣେ ସାଥୀ(ଯୁବତୀ)ଙ୍କ ସହ ଦେଖା କରିବାକୁ ଆସିଥିଲେ। ଜଙ୍ଗଲ ନିକଟରେ ରୀମାଙ୍କ ସହିତ ସମ୍ପୃକ୍ତ ଯୁବକ କିଛି ସମୟ କଥାବାର୍ତ୍ତା ହୋଇଥିଲେ।

କିଛି ସମୟ ପରେ ସମ୍ପୃକ୍ତ ଯୁବକଙ୍କର ଆଉ ଦୁଇ ଜଣ ବନ୍ଧୁ ସେଠାରେ ପହଞ୍ଚିଥିଲେ। ଆଉ ତା’ପରେ ରୀମା ଓ ତାଙ୍କ ସାଥୀଙ୍କୁ ସେମାନେ ଜବରଦସ୍ତ ଜଙ୍ଗଲ ଭିତରକୁ ଟେକି ନେଇଯାଇ ଥିଲେ। ତେବେ କୌଶଳ କ୍ରମେ ରୀମାଙ୍କ ସାଙ୍ଗ ସେମାନଙ୍କ କବଳରୁ ଖସି ପଳାଇ ଆସିଥିଲା। ମାତ୍ର ତିନିଜଣ ଯୁବକ ରୀମାଙ୍କୁ ସେହି ଜଙ୍ଗଲ ଭିତରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଯୁବତୀଙ୍କୁ ରାତି ସାରା ପାଞ୍ଚ ଥର ଦୁଷ୍କର୍ମ କରିବା ପରେ ଜଙ୍ଗଲରେ ଛାଡି ପଳାଇ ଯାଇଥିଲେ।

ବୁଧବାର ସକାଳେ ରୀମା ବହୁ କଷ୍ଟରେ ଘରେ ପହଞ୍ଚି ପୂରା ଘଟଣା ପରିବାର ଲୋକଙ୍କୁ କହିଥିଲେ। ଏହା ପରେ ଗତକାଲି ରାତି ପରିବାର ଲୋକେ ଏନେଇ କୁଆରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରେ ବାଧା ହେବାକୁ ନେଇ ସନ୍ଦେହ କରି ପୁଲିସ ଅଭିଯୁକ୍ତମାନଙ୍କର ନାଁ ପ୍ରକାଶ କରିନାହିଁ। ତେବେ ଏହି ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ପୁଲିସ ତଦନ୍ତ କରୁଛି।

ଯୁବତୀ ଜଣକ ଅସୁସ୍ଥ ଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos