ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନର ସହର ପୁରୀରେ ଜଣେ ଯୁବତୀ ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ଓ ପଡ଼ୁଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି। ଏହି ନିଆଁ ନଲିଭିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ଆସିଛି ଆଉ ଏକ ଦୁଷ୍କର୍ମ ମାମଲା। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତକୁ ଅଟକ କରି ପଚରାଉଚରା କରୁଛି। ଅଭିଯୋଗରୁ ପ୍ରକାଶ, ଯୁବତୀ ଓ ଅଭିଯୁକ୍ତ […]

rape victim

Manoranjan Sial
  • Published: Wednesday, 04 December 2019
  • , Updated: 04 December 2019, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟନର ସହର ପୁରୀରେ ଜଣେ ଯୁବତୀ ଗଣ ଦୁଷ୍କର୍ମରେ ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ଓ ପଡ଼ୁଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି। ଏହି ନିଆଁ ନଲିଭିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରୁ ଆସିଛି ଆଉ ଏକ ଦୁଷ୍କର୍ମ ମାମଲା। ଏନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତକୁ ଅଟକ କରି ପଚରାଉଚରା କରୁଛି।

ଅଭିଯୋଗରୁ ପ୍ରକାଶ, ଯୁବତୀ ଓ ଅଭିଯୁକ୍ତ ଏକ ବେସରକାରୀ ମେଡିକାଲ୍‌ରେ ହାଉସ୍‌କିପିଂ କର୍ମଚାରୀଭାବେ କାମ କରନ୍ତି। ତେବେ ଏହି ସମୟରେ ଯୁବତୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ପୀଡ଼ିତା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Related story