ଜେଜେ ମାଆ ଆଗରେ ଜଳିଗଲା ନାତୁଣୀ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଜେଜେମା’ଙ୍କ ଆଗରେ ନାତୁଣୀ ଜଳିଗଲେ । ଆଜି ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୂରା ଘଟଣା ଏମିତି। ବାଉଁଶମୂଳ ଗାଁର ଅଭୟ ରାଉଳ ଓ ତାଙ୍କ ସ୍ତ୍ରୀ ରାଜ୍ୟ ବାହାରେ କାମ କରନ୍ତି। ତେଣୁ ଘରେ ବୃଦ୍ଧା ଜେଜେମା’ଙ୍କ ସହିତ ଦଶମ ଶ୍ରେଣୀରେ ପାଠ ପଢୁଥିବା ଝିଅ ପ୍ରିୟସ୍ମିତା ରୁହନ୍ତି। […]

fire-in-kendrapada

Manoranjan Sial
  • Published: Wednesday, 03 October 2018
  • , Updated: 03 October 2018, 04:15 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଜେଜେମା'ଙ୍କ ଆଗରେ ନାତୁଣୀ ଜଳିଗଲେ । ଆଜି ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳରେ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୂରା ଘଟଣା ଏମିତି। ବାଉଁଶମୂଳ ଗାଁର ଅଭୟ ରାଉଳ ଓ ତାଙ୍କ ସ୍ତ୍ରୀ ରାଜ୍ୟ ବାହାରେ କାମ କରନ୍ତି। ତେଣୁ ଘରେ ବୃଦ୍ଧା ଜେଜେମା'ଙ୍କ ସହିତ ଦଶମ ଶ୍ରେଣୀରେ ପାଠ ପଢୁଥିବା ଝିଅ ପ୍ରିୟସ୍ମିତା ରୁହନ୍ତି। ଆଜି କିନ୍ତୁ ସେ ସ୍କୁଲ ଯାଇନଥିଲେ। ଘରେ ଏକାକୀ ଥିଲେ। ଜେଜେମା' ଘର ବାହାରେ କାମ କରୁଥିଲେ।

ଦିନ ୧୧ଟା ସମୟରେ ହଠାତ ଘରେ ନିଆଁ ଲାଗି ଯାଇଥିଲା। ଦେଖୁଦେଖୁ ନିଆଁ ଚାଳ ଘରେ ବ୍ୟାପି ଯାଇଥିଲା। ନାତୁଣୀର ଚିତ୍କାର ଶୁଣି ଜେଜେମା' ଗାଁ ଲୋକଙ୍କୁ ଡାକିଥିଲେ। ମାତ୍ର ନିଆଁ ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସେମାନେ ନିଆଁକୁ ଆୟତ୍ତ କରିପାରିନଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହିତ ପ୍ରିୟସ୍ମିତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

Related story