କଲେଜ ଛାତ୍ରୀଙ୍କୁ ଚଳନ୍ତା ବସରେ ଅସଦାଚରଣ

ଯାଜପୁର(ଓଡ଼ିଶା ରିପୋର୍ଟର): ଚଳନ୍ତା ବସରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଜଣଙ୍କ ଗୋଟିଏ ଘରୋଇ ବସ୍‌ରେ ଚଣ୍ଡିଖୋଲରୁ ଯାଜପୁର ରୋଡକୁ ଆସୁଥିବା ବେଳେ ତାଙ୍କ ସହ ଏପରି ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ୍‌ ସଂପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ବ୍ୟାସନଗର ସ୍ଥିତ ସାପଗଡ଼ିଆ ଅଞ୍ଚଳରେ ରହୁଥିବା ଜଣେ […]

bus

Hemant Lenka
  • Published: Saturday, 09 July 2022
  • , Updated: 09 July 2022, 05:42 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଚଳନ୍ତା ବସରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ କରାଯିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଜଣଙ୍କ ଗୋଟିଏ ଘରୋଇ ବସ୍‌ରେ ଚଣ୍ଡିଖୋଲରୁ ଯାଜପୁର ରୋଡକୁ ଆସୁଥିବା ବେଳେ ତାଙ୍କ ସହ ଏପରି ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୁଲିସ୍‌ ସଂପୃକ୍ତ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ବ୍ୟାସନଗର ସ୍ଥିତ ସାପଗଡ଼ିଆ ଅଞ୍ଚଳରେ ରହୁଥିବା ଜଣେ ଝିଅ ଚଣ୍ଡିଖୋଲର ଗୋଟିଏ କଲେଜରେ ପାଠ ପଢ଼ନ୍ତି। ଆଜି ଛାତ୍ରୀ ଜଣଙ୍କ କଲେଜରେ କ୍ଲାସ ସାରି କଟକରୁ ଯାଜପୁର ଯାଉଥିବା ଏକ ଘରୋଇ ବସରେ ନିଜ ଘରକୁ ଫେରୁଥିଲେ। ସେ ବସ୍‌ରେ ଆସୁଥିବା ବେଳେ ହଠାତ୍‌ ଜଣେ ଯୁବକ ତାଙ୍କୁ ବସ ଭିତରେ ବାରମ୍ବାର ଅସଦାଚରଣ କରିଥିଲା।  ଅସଦାଚରଣ ସମ୍ପର୍କରେ ଛାତ୍ରୀ ଜଣଙ୍କ ପ୍ରଥମେ ବସର ଡ୍ରାଇଭର ଓ ହେଲ୍ପରଙ୍କୁ ଜଣାଇଥିଲେ।

ଏହା ଜାଣିବା ପରେ ସେମାନେ ସଂପୃକ୍ତ ଯୁବକଙ୍କୁ ବସ ଭିତରେ ପ୍ରବଳ ମାଡ଼ ମାରି ବିଦା କରି ଦେଇଥିଲେ। ଯୁବକ ଜଣକ ବସ୍‌ରୁ ତଡ଼ା ଖାଇବା ସମ୍ପର୍କରେ ଛାତ୍ରୀ ଜଣଙ୍କ ଫୋନ ଯୋଗେ ତାଙ୍କ ବାପାଙ୍କୁ ଜଣାଇଥିଲେ। ବାପାଙ୍କ ପାଖରେ ଖବର ପହଞ୍ଚିବା ପରେ ସେ ତୁରନ୍ତ ବ୍ୟାସନଗର ସ୍ଥିତ ବସଷ୍ଟାଣ୍ଡ ନିକଟରେ ପହଞ୍ଚିଥିଲେ। ଯାଜପୁର ରୋଡ ପୁଲିସକୁ ଖବର ମଧ୍ୟ ଦେଇଥିଲେ। ଯାଜପୁର ରୋଡ ପୁଲିସର ଗୋଟିଏ ଟିମ୍‌ ଛାତ୍ରୀ ଓ ତାଙ୍କ ବାପାଙ୍କ ପାଖରୁ ସମସ୍ତ କଥା ଶୁଣିଥିଲା। ଏଥିସହ ଛାତ୍ରୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲାକୁ ଗ୍ରହଣ କରିଥିଲା। ଏହାପରେ ପୁଲିସ ଟିମ୍‌ ଅସଦାଚରଣ କରିଥିବା ଯୁବକଙ୍କୁ ଚିହ୍ନଟ କରି ତାକୁ ଥାନକୁ ଆଣିଥିଲା। ବସର କର୍ମଚାରୀଙ୍କୁ ମଧ୍ୟ ଥାନାକୁ ଡକାଇ ଯାଜପୁର ରୋଡ ପୁଲିସ ଅଧିକ ପଚାର ଉଚୁରା କରୁଥିବା ଜଣାପଡ଼ିଛି।

Related story