ଭାଲେଣ୍ଟାଇନ୍‌ ୱିକ୍‌ରେ ଗର୍ଜିଲା ରିଭଲ୍‌ଭର; ଛାତ୍ରୀଙ୍କୁ ଗୁଳି ମାଡ଼, ପାଖରେ ଥିଲେ ବୟଫ୍ରେଣ୍ଡ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଲେଣ୍ଟାଇନ୍‌ ୱିକ୍‌ରେ ଗର୍ଜିଲା ରିଭଲ୍‌ଭର। ରାଜଧାନୀ ଭୁବନେଶ୍ୱରରେ ଆଜି ଫୁଟିଛି ଗୁଳି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଫେସନ୍‌ଡିଜାଇନିଂ ଛାତ୍ରୀ ସୋନାଲି ଦାସ ଓ ତାଙ୍କ ପୁରୁଷ ବନ୍ଧୁ ଛିଡ଼ା ହୋଇଥିଲେ। ଠିକ୍‌ ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ଼ କରି ଫେରାର ହୋଇ ଯାଇଥିଲେ। ଦୁଇ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳି ଛାତ୍ରୀଙ୍କ ଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ […]

790

790

Manoranjan Sial
  • Published: Monday, 10 February 2020
  • Updated: 10 February 2020, 03:49 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଲେଣ୍ଟାଇନ୍‌ ୱିକ୍‌ରେ ଗର୍ଜିଲା ରିଭଲ୍‌ଭର। ରାଜଧାନୀ ଭୁବନେଶ୍ୱରରେ ଆଜି ଫୁଟିଛି ଗୁଳି। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଫେସନ୍‌ଡିଜାଇନିଂ ଛାତ୍ରୀ ସୋନାଲି ଦାସ ଓ ତାଙ୍କ ପୁରୁଷ ବନ୍ଧୁ ଛିଡ଼ା ହୋଇଥିଲେ। ଠିକ୍‌ ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ଼ କରି ଫେରାର ହୋଇ ଯାଇଥିଲେ। ଦୁଇ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳି ଛାତ୍ରୀଙ୍କ ଜଙ୍ଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ କଳିଙ୍ଗ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ଘର ବାଲେଶ୍ୱରରେ।

ମିଳିଥିବା ସୂଚନା ମୁତାବକ ଛାତ୍ରୀ ଜଣକ ଘରୋଇ ଇନ୍‌ଷ୍ଟିଚ୍ୟୁଟରେ ପଢ଼ୁଥିଲେ। ତେବେ ଏହି ଗୁଳି ମାଡ଼ ପ୍ରେମ ବ୍ୟାପାରକୁ ନେଇ ହୋଇଥିବା ଅନୁମାନ କରାଯାଉଛି। କମିଶନରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos