ଶାଳୀ ମୃତ୍ୟୁକୁ ନେଇ ସନ୍ଦେହରେ ଭିଣୋଇ, ୨୨ ମାସ ପରେ ବାହାରିଲା ମୃତଦେହ

ବାଲିଗୁଡ଼ା(ଅଜିତ ନାଏକ): ହତ୍ୟା ନା ଆତ୍ମହତ୍ୟା। ଶାଳୀ ମୃତ୍ୟୁର ସତ୍ୟତା ଜାଣିବା ପାଇଁ ୨୨ ମାସ ପରେ ମାଟି ତଳୁ ମୃତଦେହ ବାହାର କରିଛି ପୁଲିସ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ଫୋରେନସିକ୍ ଯାଞ୍ଚ ପାଇଁ ପଠାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କର ଦୁଇ ଝିଅ। ବଡ଼ଝିଅ ସେହି ଗାଁର ସ୍ମରଜିତ ନାଏକଙ୍କୁ ବିବାହ କରିଥିଲେ। ବିବାହ […]

girl-suicide-in-baliguda

girl-suicide-in-baliguda

Manoranjan Sial
  • Published: Tuesday, 10 December 2019
  • Updated: 10 December 2019, 09:18 PM IST

Sports

Latest News

ବାଲିଗୁଡ଼ା(ଅଜିତ ନାଏକ): ହତ୍ୟା ନା ଆତ୍ମହତ୍ୟା। ଶାଳୀ ମୃତ୍ୟୁର ସତ୍ୟତା ଜାଣିବା ପାଇଁ ୨୨ ମାସ ପରେ ମାଟି ତଳୁ ମୃତଦେହ ବାହାର କରିଛି ପୁଲିସ। ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରି ଫୋରେନସିକ୍ ଯାଞ୍ଚ ପାଇଁ ପଠାଇଛି। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।

କୁମ୍ଭାରକୁପା ଗାଁର ୟୁହୋସିଓ ନାୟକଙ୍କର ଦୁଇ ଝିଅ। ବଡ଼ଝିଅ ସେହି ଗାଁର ସ୍ମରଜିତ ନାଏକଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ମରଜିତ ଶ୍ୱଶୁର ଘରର ସବୁ କଥା ବୁଝୁଥିଲେ। ଏପରିକି ଯୁକ୍ତ ଦୁଇରେ ପଢ଼ୁଥିବା ଶାଳୀ ଜେ.ଏସ.ସେଲିବ୍ରେଟଙ୍କ ପାଠ ପଢ଼ା ବୁଝୁଥିଲେ। ଏହା ଭିତରେ ଜେ.ଏସ.ସେଲିବ୍ରେଟ କାହା ପ୍ରେମରେ ପଡ଼ି ଯାଇଥିବା ସ୍ମରଜିତ ସନ୍ଦେହ କରୁଥିଲେ। ଏପରିକି ପ୍ରେମିକଙ୍କଠାରୁ ସମ୍ପର୍କ ଛିନ୍ନ କରିବାକୁ ଜେ.ଏସ. ସେଲିବ୍ରେଟଙ୍କ ଉପରେ ସ୍ମରଜିତ ଚାପ ପକାଉ ଥିଲେ। ଯେଉଁଥିପାଇଁ ଜେ.ଏସ.ସେଲିବ୍ରେଟ୍‌ ମାନସିକ ଚାପରେ ରହୁଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

୨୦୧୮ ଫେବୃଆରୀ ୧ ତାରିଖର ଘଟଣା। ୟୁହୋସିଓ ନାୟକ ଓ ତାଙ୍କ ପତ୍ନୀ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ ଏକାକୀ ଥିଲେ ଜେ.ଏସ. ସେଲିବ୍ରେଟ। ଏହି ସମୟରେ ବଡ଼ ଜ୍ୱାଇଁ ସ୍ମରଜିତ ଘରକୁ ଆସି ଜେ.ଏସ.ସେଲିବ୍ରେଟଙ୍କ ମୁହଁରେ ତକିଆ ପକାଇ ମାରିଦେଇଥିବା ଅଭିଯୋଗ ହୋଇଛି। ସାନ ଝିଅ ଆତ୍ମହତ୍ୟା କରିଥିବା ଜାଣିପାରି ୟୁହୋସିଓ ନାୟକ ଓ ତାଙ୍କ ପତ୍ନୀ ଘରକୁ ଆସି ଖ୍ରୀଷ୍ଟିଆନ୍‌ ରୀତିନୀତିରେ ଶବକୁ କବର ଦେଇଥିଲେ।

ତେବେ ପରେ ୟୁହୋସିଓ ନାୟକ ଜାଣିବାକୁ ପାଇଲେ ତାଙ୍କ ଝିଅ ଜେ.ଏସ. ସେଲିବ୍ରେଟଙ୍କୁ ଜ୍ୱାଇଁ ହତ୍ୟା କରିଛନ୍ତି! ଏ ସମ୍ପର୍କରେ ସେ ଜି ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ସୁଦ୍ଧା ଘଟଣାର ତଦନ୍ତ କରୁନଥିଲା। ଏପରି ଅଭିଯୁକ୍ତ ଜ୍ୱାଇଁ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା ପୁଲିସ।

ପୁଲିସଠାରୁ ନିରାଶ ହୋଇ ୟୁହୋସିଓ ନାୟକ ଜାତୀୟ ମାନବାଧିକାର, ରାଜ୍ୟ ମହିଳା କମିଶନର, ଜିଲ୍ଲାପାଳ ଓ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଶେଷରେ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶରେ ଆଜି କନ୍ଧମାଳ ଅତିରିକ୍ତ ଏସ୍‌ପି ବିଷ୍ଣୁପଦ ମହନ୍ତ, ଡିଏସ୍‌ପି ସୂର୍ଯ୍ୟକାନ୍ତ ରାୟ ଜି.ଉଦୟଗିରି ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୨୨ ମାସ ପରେ କବର ତଳୁ ବାହାର କରାଯାଇଛି ମୃତଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story