ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକ ଘର ଆଗରେ ହାତ କାଟିଲେ ଯୁବତୀ

ବୌଦ୍ଧ (ଦୀପକ ଅଦର): ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଲେ ଯୁବତୀ। ହେଲେ ପ୍ରମିକଙ୍କ ପରିବାର ଲୋକ ମାଡ଼ ମାରିବାରୁ ହାତ କାଟି ଦେଲେ ଯୁବତୀ। ଏପରି ଘଟଣା ବୌଦ୍ଧ ଥାନା ବାଘପାଲି ଗାଁରେ ଘଟିଛି। ଗାଁ ଲୋକେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ବାଘପାଲି ଗାଁର ଜିତେନ ପଟେଲ୍‌ ତାମିଲନାଡୁରେ କାମ କରୁଥିଲେ। ସେଠାରେ ରୀଚା(ଛଦ୍ମନାମ)ଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ପ୍ରଥମ ଦେଖାରେ ରୀଚାଙ୍କ […]

Boudha

Boudha

Manoranjan Sial
  • Published: Tuesday, 12 July 2022
  • Updated: 12 July 2022, 08:47 PM IST

Sports

Latest News

ବୌଦ୍ଧ (ଦୀପକ ଅଦର): ସ୍ତ୍ରୀ ମାନ୍ୟତା ଦାବିରେ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଲେ ଯୁବତୀ। ହେଲେ ପ୍ରମିକଙ୍କ ପରିବାର ଲୋକ ମାଡ଼ ମାରିବାରୁ ହାତ କାଟି ଦେଲେ ଯୁବତୀ। ଏପରି ଘଟଣା ବୌଦ୍ଧ ଥାନା ବାଘପାଲି ଗାଁରେ ଘଟିଛି। ଗାଁ ଲୋକେ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ବାଘପାଲି ଗାଁର ଜିତେନ ପଟେଲ୍‌ ତାମିଲନାଡୁରେ କାମ କରୁଥିଲେ। ସେଠାରେ ରୀଚା(ଛଦ୍ମନାମ)ଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ପ୍ରଥମ ଦେଖାରେ ରୀଚାଙ୍କ ପ୍ରେମରେ ପଡ଼ିଥିଲେ ଜିତେନ। ଆଉ ମାରିଥିଲେ ପ୍ରପୋଜ୍‌। ଦୁଇରୁ ତିନି ଥର ପ୍ରପୋଜ କରିଥିଲେ ମଧ୍ୟ ରୀଚା ପଟିନଥିଲେ। ଶେଷରେ ଜିତେନ୍‌ ବ୍ଲେଡ୍‌ରେ ନିଜ ହାତ କାଟି ଦେଇଥିଲେ। ଏହାପରେ ଜିତେନଙ୍କ ପ୍ରପୋଜକୁ ରୀଚା ଏକ୍‌ସେପ୍ଟ କରିଥିଲେ। ଉଭୟ ଭିନ୍ନ ସମ୍ପ୍ରଦାୟରେ ହୋଇଥିଲେ ମଧ୍ୟ ପରସ୍ପରକୁ ଭଲ ପାଇଥିଲେ। ପରେ ତାମିଲନାଡୁରେ ଗୋଟିଏ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ପତିପତ୍ନୀଙ୍କ ପରି ରୀଚା ଓ ଜିତେନ ଏକାଠୀ ଗୋଟିଏ ଘରେ ରହୁଥିଲେ। ଏହାରି ଭିତରେ ମନ ସହିତ ଦେହର ମିଳନ ହୋଇଥିଲା। ଆଉ ରୀଚା ୩ ମାସର ଗର୍ଭବତି ହୋଇଥିଲେ। ବିଭିନ୍ନ ବାହାନା କରି ଜିତେନ୍‌ ଗର୍ଭ କରିଥିବା ରୀଚା ଅଭିଯୋଗ କରିଛନ୍ତି।

ପଞ୍ଚାୟତ ନିର୍ବାଚନ ସମୟରେ ଭୋଟ୍‌ ଦେବାର ବାହାନା କରି ଜିତେନ ଘରକୁ ଆସିଥିଲେ। ହେଲେ ସେ ଫେରିନଥିଲେ କି ଫୋନ୍‌ ଉଠାଇ ନଥିଲେ। ବାରମ୍ୱାର ଫୋନ୍‌ କରି ନିରାଶ ହେବା ପରେ ରୀଚା ବୌଦ୍ଧରେ ପହଞ୍ଚି ଥିଲେ। ମାତ୍ର ଜିତେନଙ୍କ ପରିବାର ଲୋକ ରୀଚାଙ୍କୁ ଘରେ ପଶିବାକୁ ଅନୁମତି ଦେଲେ ନାହିଁ। ପରିବାର ଲୋକଙ୍କ ବିରୋଧ ଯୋଗୁ ରୀଚାଙ୍କୁ ତାଙ୍କ ସାନ ଭିଣୋଇଙ୍କ ଘରକୁ ପଠାଇ ଦେଇଥିଲେ ଜିତେନ। ସେଠାରେ ରୀଚା କିଛି ରହିବା ପରେ ଜିତେନଙ୍କ ଆଉ ଏକ ଘରେ ରହିଥିଲେ। ତେବେ ଚଳିବାରେ ଅସୁବିଧା ହେବାର ବିଭିନ୍ନ ବାହାନା କରି ରୀଚାଙ୍କୁ ଜିତେନ୍‌ ସିକନ୍ଦରାବାଦ ପଠାଇ ଦେଇଥିଲେ। ଏହା ପରେ ରୀଚା ସେଠାକୁ ଯାଇ କାମ କରୁଥିଲେ। ହେଲେ ଜିତେନ୍‌ଙ୍କୁ ଫୋନ୍‌ କଲେ ମଧ୍ୟ ଉଠାଉ ନଥିବା ରୀଚା ଅଭିଯୋଗ କରିଛନ୍ତି।

ଜିତେନ୍‌ ଫୋନ୍‌ ନଉଠାଇବାରୁ ସୋମବାର ରୀଚା ପୁଣି ଥରେ ବୌଦ୍ଧକୁ ଆସିଥିଲେ। ସେ ଜିତେନଙ୍କ ଘର ସାମ୍ନାରେ ଧାରଣା ଦେଇଥିଲେ। ସେହି ସମୟରେ ଜିତେନ୍‌ଙ୍କ ମାଆ ତାଙ୍କୁ ବାଡ଼ିରେ ମାଡ଼ ମାରିଥିବା ରୀଚା ଅଭିଯୋଗ କରିଛନ୍ତି। ମାଡ଼ ଖାଇଥିଲେ ମଧ୍ୟ ରୀଚା ଧାରଣାରୁ ଉଠିନଥିଲେ। ଆଜି ସେ ବ୍ଲଡ୍‌ରେ ଦୁଇ ହାତ କାଟି ଦେଇଥିଲେ। ସାହିପଡ଼ିଶା ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏନେଇ ବୌଦ୍ଧ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଜିତେନ୍‌ ଫେରାର ହୋଇଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos