ଜାଲ ବିଛାଇଥିଲେ ଗାଁ ଲୋକେ, ଫସିଗଲେ ଛେଳି ଚୋର ଆଉ ତାପରେ...

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଛେଚା ଖାଇଲେ ଛେଳି ଚୋର । ଏପରି ଏକ ଘଟଣା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ପଂଚାୟତ ଅର୍ନ୍ତଗତ ଜମ୍ଭେଲ ଗାଁରେ ଘଟିଛି । ଗତକାଲି ରାତି ଦୁଇଟାରେ ଏକ ବୋଲେରୋ ଗାଡିରେ ୬ ଜଣ ଯୁବକ ଜମ୍ଭେଲ ଗାଁକୁ ଆସିଥିଲେ । ବୋଲେରୋକୁ ଗାଁ ମୁଣ୍ଡରେ ରଖି ଗାଁର ଜଣକ ଗୁହାଳରେ ବନ୍ଧା ଯାଇଥିବା ଛେଳିକୁ କୌଶଳ କ୍ରମେ ଚୋରି କରିବାକୁ ଉଦ୍ୟମ କରୁଥିଲେ । ଆଗରୁ ମଧ୍ୟ ଗାଁରେ ଅନେକ ଛେଳି ଚୋରି […]

7nm

Tapas Behera
  • Published: Wednesday, 14 October 2020
  • , Updated: 14 October 2020, 04:03 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଛେଚା ଖାଇଲେ ଛେଳି ଚୋର । ଏପରି ଏକ ଘଟଣା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ପଂଚାୟତ ଅର୍ନ୍ତଗତ ଜମ୍ଭେଲ ଗାଁରେ ଘଟିଛି । ଗତକାଲି ରାତି ଦୁଇଟାରେ ଏକ ବୋଲେରୋ ଗାଡିରେ ୬ ଜଣ ଯୁବକ ଜମ୍ଭେଲ ଗାଁକୁ ଆସିଥିଲେ । ବୋଲେରୋକୁ ଗାଁ ମୁଣ୍ଡରେ ରଖି ଗାଁର ଜଣକ ଗୁହାଳରେ ବନ୍ଧା ଯାଇଥିବା ଛେଳିକୁ କୌଶଳ କ୍ରମେ ଚୋରି କରିବାକୁ ଉଦ୍ୟମ କରୁଥିଲେ । ଆଗରୁ ମଧ୍ୟ ଗାଁରେ ଅନେକ ଛେଳି ଚୋରି ହୋଇଥିବାରୁ ଗାଁର କିଛି ଲୋକ ଚୋର ଧରିବା ପାଇଁ ପହରା ଦେଉଥିଲେ ।

ସେମାନଙ୍କ ନଜରରେ ଚୋର ମାନେ ପଡିଯିବାରୁ ଫେରାର ହେବାକୁ ଚେଷ୍ଟା କରିଥିଲେ । ଫିଲ୍ମ ଷ୍ଟାଇଲରେ ଗାଁ ଲୋକେ ଚୋରଙ୍କୁ ଦଉଡାଇଥିଲେ । ୫ ଜଣ ଚୋର ଗାଁ ଲୋକଙ୍କୁ ଚକମା ଦେଇ ଵୋଲେରୋରେ ଫେରାର ହୋଇଥିଲେ । ଜଣେ ଚୋର ଗାଁ ଲୋକଙ୍କ ହାବୁଡରେ ପଡିଯାଇଥିଲା । ଗାଁ ଲୋକେ ଉକ୍ତ ଚୋରକୁ ପ୍ରବଳ ମାଡ ମାରିଥିଲେ । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି । ମାଡ ମାରିବା ପରେ ଗାଁ ଲୋକେ ତୁଷୁରା ପୁଲିସକୁ ଖଵର ଦେଇଥିଲେ । ପୁଲିସ ଯୁବକକୁ ଉଦ୍ଧାର କରି ଥାନାକୁ ଅଣିଥିଲା । ଥାନାରେ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି ।

Related story