‘ଜାତୀୟ ଆପ୍ରେଣ୍ଟିସସିପ୍ ମେଳା’: ବର୍ଷକରେ ଯୋଡ଼ିହେବେ ୧୦ ଲକ୍ଷ ଯୁବକଯୁବତୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ୧୦ ଲକ୍ଷ ଯୁବକଯୁବତୀଙ୍କୁ ‘ଜାତୀୟ ଆପ୍ରେଣ୍ଟିସସିପ୍ ଫ୍ରେମୱାର୍କ’ ସହ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ସ୍ଥାନରେ ଏହି ଆପ୍ରେଣ୍ଟିସିପ୍ ମେଳା ଆୟୋଜନ କରାଯାଇଛି ଓ ଏଥିରେ ୩୦ରୁ ଅଧିକ ଶିଳ୍ପ କ୍ଷେତ୍ର ସହ ଜଡ଼ିତ ୪ ହଜାରରୁ ଅଧିକ କମ୍ପାନୀ ସାମିଲ ହୋଇଛନ୍ତି । ଯୁବକଯୁବତୀ କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ପାଇବା ଏହି ମେଳାର ଉଦ୍ଦେଶ୍ୟ […]

Dharmendra

Dharmendra

Ordigital Desk
  • Published: Thursday, 21 April 2022
  • Updated: 21 April 2022, 10:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ୧୦ ଲକ୍ଷ ଯୁବକଯୁବତୀଙ୍କୁ ‘ଜାତୀୟ ଆପ୍ରେଣ୍ଟିସସିପ୍ ଫ୍ରେମୱାର୍କ’ ସହ ଯୋଡ଼ିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ୨୮ଟି ସ୍ଥାନ ସମେତ ଦେଶର ୭୦୦ରୁ ଅଧିକ ସ୍ଥାନରେ ଏହି ଆପ୍ରେଣ୍ଟିସିପ୍ ମେଳା ଆୟୋଜନ କରାଯାଇଛି ଓ ଏଥିରେ ୩୦ରୁ ଅଧିକ ଶିଳ୍ପ କ୍ଷେତ୍ର ସହ ଜଡ଼ିତ ୪ ହଜାରରୁ ଅଧିକ କମ୍ପାନୀ ସାମିଲ ହୋଇଛନ୍ତି । ଯୁବକଯୁବତୀ କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ପାଇବା ଏହି ମେଳାର ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଏହି ଦିନିକିଆ ମେଳାକୁ ଡିଜିଟାଲ ଫ୍ଲାଟଫର୍ମରେ ଶୁଭାରମ୍ଭ କରି ଓଡ଼ିଶା, ମହାରାଷ୍ଟ୍ର, ପୁଣେ ସମେତ ବିଭିନ୍ନ ଅଂଚଳର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି । ଓଡ଼ିଶାର ଛାତ୍ରୀ କ୍ରିଷ୍ଣା ବେନ୍ନି ରେଡ୍ଡୀ ନିଜ ଉଦ୍ୟମରେ ବେକରୀ ୟୁନିଟ୍ ଆରମ୍ଭ କରି ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖିଥିବାରୁ ମନ୍ତ୍ରୀ ତାଙ୍କର ପ୍ରଶଂସା କରିଛନ୍ତି । ଏଭଳି ମେଳା ପ୍ରତିମାସରେ ଆୟୋଜନ କରିବାକୁ ସେ ପରାମର୍ଶ ଦେବା ସହ ଜାତୀୟ ମିଶନକୁ ଆଗେଇ ନେବା ପାଇଁ ଆପ୍ରେଣ୍ଟିସିପକୁ ଜନଭାଗିଦାରୀ କରିବା ଜରୁରୀ ବୋଲି କହିଛନ୍ତି । ଆପ୍ରେଣ୍ଟିସଙ୍କ ଷ୍ଟାଇପେଣ୍ଡ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପହଂଚିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଦେଶର ଯୁବକଯୁବତୀମାନଙ୍କୁ ନିଜର କୌଶଳ ଅନୁସାରେ ଉପଯୁକ୍ତ ରୋଜଗାର ଚୟନ କରିବା ପାଇଁ ସ୍କୁଲ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଆଶାୟୀ ଯୁବକଯୁବତୀ ରୋଜଗାର ପାଇଁ ପଞ୍ଜିକରଣ କରିଥିଲେ । ଉତ୍ପାଦନ କ୍ଷେତ୍ର ଯଥା ଇଲେକ୍ଟ୍ରୋନିକ୍ସ, ଶକ୍ତି, ଆଇଟି, ରେଳ, ରିଟେଲ ଓ ସର୍ଭିସ କ୍ଷେତ୍ରରୁ ଅନେକ ସଂସ୍ଥା କୌଶଳ ଛାତ୍ରଛାତ୍ରୀଙ୍କୁ ଚାକିରି ଦେବା ପାଇଁ ଏହି ମେଳାରେ ସାମିଲ ହୋଇଥିଲେ । ଏହି ମେଳା ଯୁବକଯୁବତୀଙ୍କୁ ରୋଜଗାର ଦେବା ସହ ସେମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବ । ଉଦ୍ୟୋଗୀ ହେବାକୁ ଉଚ୍ଚାଭିଳାଷୀଙ୍କୁ ପ୍ରୋତ୍ସାହନ ଦେବ । ଏଥିଷର ସେମାନେ ୧ବର୍ଷ ପାଇଁ ମାସକୁ ମାସ ଷ୍ଟାଇପେଣ୍ଡ ପାଇପାରିବେ । ଯେଉଁଥିରେ ଭାରତ ସରକାରଙ୍କ ୨୫ ପ୍ରତିଶତ ଯୋଗଦାନ ରହିବ । ତେଣୁ ଜାତୀୟ ମିଶନକୁ ଆଗେଇ ନେବା ପାଇଁ ଆପ୍ରେଣ୍ଟିସସିପକୁ ଜନଭାଗିଦାରୀ କରିବା ଜରୁରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story