ହଠାତ୍ ଆସିଲେ, ଲୁଟିନେଲେ ସୁନା ଚେନ୍

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଆଜି ଦିନ ଦ୍ୱିପହରରେ ମହିଳାଙ୍କଠାରୁ ହୋଇଛି ସୁନା ଚେନ୍ ଲୁଟ୍। ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ୍ ଗଳି ନିକଟରେ ଏହି ଘଟଣା ଘଟିଛି। ମହିଳା ଜଣକ ହେଉଛନ୍ତି ଆଶା ଦେବୀ, ଯିଏ ଆଜି ସକାଳେ ନିଜ ସମ୍ପର୍କୀୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ନିକଟରେ ଥିବା ଠାକୁରାଣୀ ମନ୍ଦିରକୁ ଯାଇ ସେଠାରୁ ପୁଣି ସମ୍ପର୍କୀୟଙ୍କ ଘରକୁ ଫେରୁଥିଲେ। ଠିକ୍ […]

loot

loot

Ranjit Kumar Jena
  • Published: Monday, 14 December 2020
  • Updated: 14 December 2020, 05:07 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଆଜି ଦିନ ଦ୍ୱିପହରରେ ମହିଳାଙ୍କଠାରୁ ହୋଇଛି ସୁନା ଚେନ୍ ଲୁଟ୍। ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ୍ ଗଳି ନିକଟରେ ଏହି ଘଟଣା ଘଟିଛି। ମହିଳା ଜଣକ ହେଉଛନ୍ତି ଆଶା ଦେବୀ, ଯିଏ ଆଜି ସକାଳେ ନିଜ ସମ୍ପର୍କୀୟ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ।

ନିକଟରେ ଥିବା ଠାକୁରାଣୀ ମନ୍ଦିରକୁ ଯାଇ ସେଠାରୁ ପୁଣି ସମ୍ପର୍କୀୟଙ୍କ ଘରକୁ ଫେରୁଥିଲେ। ଠିକ୍ ଏହି ସମୟରେ ଦୁଇଜଣ ଦୁବୃର୍ତ୍ତ ବାଇକରେ ଆସି ସମ୍ପର୍କୀୟଙ୍କ ଘର ଆଗରୁ ମହିଳା ଜଣକ ବେକରେ ପିନ୍ଧିଥିବା ସୁନା ଚେନ୍ ଓ ଏକ ମାଳିକୁ ଝାମ୍ପି ନେଇ ସେଠାରୁ ଚମ୍ପଟ ମାରିଥିଲେ।

ଯାହା ପରେ ମହିଳା ଜଣକ ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିଭିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos