କରୋନାର କଷ୍ଟ ଭିତରେ ଅନ୍ନଦାତାଙ୍କୁ ଆଶ୍ୱସ୍ତି

ବରଗଡ଼(ଓଡ଼ିଶା ରିପୋର୍ଟର): କରୋନାର କଷ୍ଟ ଭିତରେ ଜମିରେ ଫସଲ ଫଳାଇଥିବା ଅନ୍ନଦାତାଙ୍କୁ ଆଶ୍ୱସ୍ତି । କାରଣ ଆଜିଠୁ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା। ବରଗଡ଼ ଜିଲ୍ଲା ବେହେରା ମାର୍କେଟ ୟାର୍ଡରୁ ଆରମ୍ଭ ହୋଇଛି ଧାନକିଣା । କୋଭିଡ୍ ନିୟମ ଅନୁଯାୟୀ, ସାନିଟାଇଜ୍ ଏବଂ ସାମାଜିକ ଦୂରତା ରକ୍ଷା କରି ଧାନକିଣା ଯାଉଛିା ଜିଲ୍ଲାରେ ଏଯାଏଁ ୧ ଲକ୍ଷ ୩୩ ହଜାର ୯୩ ଜଣ ଚାଷୀଙ୍କୁ ଧାନବିକ୍ରି ପାଇଁ ପଂଜୀକରଣ କରାଯିବା ସହ ୧ ଲକ୍ଷ ୪୪ […]

Rabi-paddy-1

Tapas Behera
  • Published: Monday, 09 November 2020
  • , Updated: 10 November 2020, 04:10 PM IST

ବରଗଡ଼(ଓଡ଼ିଶା ରିପୋର୍ଟର): କରୋନାର କଷ୍ଟ ଭିତରେ ଜମିରେ ଫସଲ ଫଳାଇଥିବା ଅନ୍ନଦାତାଙ୍କୁ ଆଶ୍ୱସ୍ତି । କାରଣ ଆଜିଠୁ ଆରମ୍ଭ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା। ବରଗଡ଼ ଜିଲ୍ଲା ବେହେରା ମାର୍କେଟ ୟାର୍ଡରୁ ଆରମ୍ଭ ହୋଇଛି ଧାନକିଣା । କୋଭିଡ୍ ନିୟମ ଅନୁଯାୟୀ, ସାନିଟାଇଜ୍ ଏବଂ ସାମାଜିକ ଦୂରତା ରକ୍ଷା କରି ଧାନକିଣା ଯାଉଛିା ଜିଲ୍ଲାରେ ଏଯାଏଁ ୧ ଲକ୍ଷ ୩୩ ହଜାର ୯୩ ଜଣ ଚାଷୀଙ୍କୁ ଧାନବିକ୍ରି ପାଇଁ ପଂଜୀକରଣ କରାଯିବା ସହ ୧ ଲକ୍ଷ ୪୪ ହଜାର ଟୋକନ୍ ଜାରି କରାଯାଇଛିା ପ୍ରଥମ ଦିନରେ ବ୍ୟବସ୍ଥିତ ଭାବେ ଧାନ କ୍ରୟ ହେଉଥିବାରୁ ଚାଷୀ ଖୁସି ପ୍ରକାଶ କରିଛନ୍ତି।

ସମ୍ବଲପୁର ସହ ୧୦ଟି ଜିଲ୍ଲାରୁ ଧାନ କିଣା ପାଇଁ ଧାର୍ଯ୍ୟ ହୋଇଛି । ଏଥିପାଇଁ ସପ୍ତାହେ ପୂର୍ବରୁ ଚାଷୀଙ୍କୁ ଟୋକନ ସହ ମୋବାଇଲ୍କୁ ମେସେଜ ଦିଆଯାଉଛି । ତାସହ ଧାନ ସଂଗ୍ରହ କେନ୍ଦ୍ରରେ ମରାଯାଉଛି ଚାଷୀଙ୍କ ତାଲିକା। ଟୋକନ୍ ସମୟ ସୀମାକୁ ସପ୍ତାହେ ବଦଳରେ ମାସେ ବଢ଼ାଇ ଦିଆଯାଇଛିା  ସେପଟେ ଧାନକ୍ରୟରେ ସ୍ୱଛତା ପାଇଁ ସରକାରଙ୍କୁ ସୁପାରିଶ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି । ସର୍ବନିମ୍ନ ସହାୟକ ମୂଲ୍ୟରୁ କମ୍ ଦରରେ ଧାନ କିଣିଲେ ୭ ବର୍ଷ ଜେଲଦଣ୍ଡର ପ୍ରାବଧାନ ସହ ପ୍ରତି ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲଗାଇବାକୁ କମିଟି ସୁପାରିଶ କରିଛି । ଅପରପକ୍ଷେ ଚାଷ ଓ ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗ ଉଠାଇ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ କରିଛି ରାଜ୍ୟ କଂଗ୍ରେସ ।

କେନ୍ଦ୍ର କୃଷି ଆଇନ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଖୁସ୍ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିବା ସହ ବିଜେଡି ଏହାକୁ ସମର୍ଥନ କରି ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଂଗ୍ରେସ କହିଛିା ଆଗାମୀ ଦିନରେ ଏଭଳି କୃଷି ମାରଣ ନୀତି ବିରୋଧରେ ଆନ୍ଦୋଳନ ତୀବ୍ର ହେବ ବୋଲି ଦଳ ଚେତାବନୀ ଦେଇଛି । ଆଜି ଭୁବନେଶ୍ୱରରୁ କଟକ ଯାଏଁ କ୍ଷେତି ବଞ୍ଚାଅ ଯାତ୍ରା କରି ପ୍ରାୟ ୫୦ଟି ଟ୍ରାକ୍ଟରେ ଶୋଭାଯାତ୍ର କରିଥିଲେ ଦଳର ନେତା ଓ କର୍ମୀ। । ଓଡ଼ିଶା କଂଗ୍ରେସ୍ ପ୍ରଭାରୀ ଏ.ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳର ବହୁ ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।

ଆଗକୁ ପଢ଼ନ୍ତୁ : ଟ୍ରେନ୍‌ରୁ କୋଇଲା ଚୋରି କରୁଥିବା ବେଳେ ଯୁବକ ଗୁରୁତର

Related story