ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌: ୧୨ ଟ୍ରେନ ବାତିଲ, ୮ଟିର ଗତିପଥ ବଦଳିଲା

ଅନୁଗୋଳ (ବିରଜା ପ୍ରସାଦ ଦାସ): ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି । ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହେବାରୁ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ  ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା […]

train derailed

train derailed

Niharika Rout
  • Published: Tuesday, 14 September 2021
  • Updated: 14 September 2021, 09:46 AM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାସ): ତାଳଚେର ରୋଡରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୋଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହେବାରୁ ଢେଙ୍କାନାଳ-ସମ୍ବଲପୁର ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ  ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ,  ଗତ ରାତିରେ ତାଲଚେର ରୋଡରୁ ଅନୁଗୋଳ ଅଭିମୁଖେ ଏକ ୫୬ ବଗି ବିଶିଷ୍ଟ ଗହମ ବୋଝେଇ ଟ୍ରେନ୍‌ ଯାଉଥିଲା।  ରାତି ପ୍ରାୟ ୨ଟା ୫୦ରେ ଟ୍ରେନ୍‌ଟି ଭୋଗବେରଣୀ ନିକଟସ୍ଥ ପୋଲ ଅତିକ୍ରମ କରୁଥିବା ବେଳେ ଲଗାଣ ବର୍ଷା ଯୋଗୁ ତାହା ଦବି ଯାଇଥିଲା। ଫଳରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଯାଇଥିଲା। ଟ୍ରେନ୍‌ର ୬ଟି କୋଚ ସହ ଇଞ୍ଜିନ ଲାଇନ୍‌ଚ୍ୟୁତ୍‌ ହୋଇଯାଇଛି।  ହେଲେ ଟ୍ରେନ୍‌ରେ ଥିବା ଲୋକୋ ପାଇଲଟ୍‌ ଓ ଗାର୍ଡ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

[caption id="attachment_675491" align="alignnone" width="650"]derailed train ଲାଇନ୍‌ଚ୍ୟୁତ୍‌ ଟ୍ରେନ୍‌ ।[/caption]

ଖବର ପାଇ ରାତି ପ୍ରାୟ ସାଢେ ୩ଟାରେ ରେଲୱେର ବରିଷ୍ଠ ଅଧିକାରୀ, ଟେକନିକାଲ ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେବି ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାରୁ ଢେଙ୍କାନାଳ-ସମ୍ବଲପୁର ରେଲ୍ ସେକସନ୍ ଅଧୀନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।  ଏଥିପାଇଁ ଆଜି ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ  ୮ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ନେଇ ପୂର୍ବତଟ ରେଲୱେ  ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଲୱେ ପକ୍ଷରୁ ଆଜି ବାତିଲ ହୋଇଥିବା ଟ୍ରେନ୍‌

  1. 08105 Rourkela-Puri Special from Rourkela.
  2. 08106 Puri-Rourkela Special from Puri.
  3. 02862Bhubaneswar-Rourkela Inter City Special from Bhubaneswar.
  4. 02866 Puri-LTT Special from Puri.
  5. 08493 Bhubaneswar-Balangir Inter City Special from Bhubaneswar.
  6. 08494 Balangir-Bhubaneswar Inter City Special from Balangir.
  7. 08451Hatia-Puri Special from Hatia.
  8. 08452 Puri-Hatia Special from Puri.
  9. 08425 Puri-Durg Special from Puri.
  10. 08426 Durg-Puri Special from Durg
  11. 08127 Rourkela-Gunupur Special from Rourkela.
  12. 08128 Gunupur-Rourkela Special from Gunupur (on 15.09.2021).

ଗତିପଥ ବଦଳା ଯାଇଥିବା ଟ୍ରେନ୍‌

  1. 02814 Anand Vihar-Bhubaneswar Special from Anand Vihar on 13.09.2021 will run via Chakradharpur-Jaroli & Jakhapura.
  2. 08503 Visakhapatnam-Amritsar Special from Visakhapatnam (now at Khalikot) will run via Vizianagaram-Rayagada-Titilagarh-Sambalpur.
  3. 08426 Durg-Puri Special from Durg on 13.09.2021 now at Boinda will run via Sambalpur-Titilagarh-Vizianagaram-Khurda Road.
  4. 08451 Hatia-Puri Tapaswini Special from Hatia on 13.09.2021 now at Angul will run via Sambalpur-Titilagarh-Vizianagaram-Khurda Road.
  5. 02145 LTT-Puri Special from LTT on 12.09.2021 now at Angul will run via Sambalpur-Titilagarh-Vizianagaram-Khurda Road.
  6. 04709 Bikaner-Puri Special from Bikaner on 12.09.2021 now at Rairakhol will run via Sambalpur-Titilagarh-Vizianagaram-Khurda Road.
  7. 05128 Gunupur-Rourkela Special from Gunupur on 13.09.2021 now at Talcher Road will run via Kapilas Road-Jakhapura-Jaroli.
  8. 02037 Puri-Ajmer Special from Puri on 13.09.2021 now at Budhapank will run via Khurda Road-Vizianagaram-Rayagada-Titilagarh.

ଏହାବାଦ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଆଜି ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍‌ ରାଉରକେଲାରୁ ସମ୍ବଲପୁର ଯିବ । ସମ୍ବଲପୁର-ଭୁବନେଶ୍ୱର ମଧ୍ୟରେ ଉଭୟପଟୁ ଇଣ୍ଟରସିଟିକୁ ବାତିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story