ଷ୍ଟେସନରେ ଚଢ଼ିଗଲା ଟ୍ରେନ୍

ଝାରସୁଗୁଡ଼ା(ଦେବେନ୍ଦ୍ର ବେହେରା): ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଅଘଟଣ। ରେଳଧାରଣା ପାରି ହେଉଥିବାବେଳେ ଟ୍ରେନ୍ ଚଢିଯାଇ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ୩ଜଣ ଟ୍ରେନରେ ଘରୁ ଯିବା ପାଇଁ ୪ନଂ ପ୍ଲାଟଫର୍ମରୁ ୧ନଂ ପ୍ଲାଟଫର୍ମକୁ ଯିବାକୁ ରେଳଧାରଣା ପାରି ହେଉଥିଲେ। ଏତିକି ବେଳେ ସେଠାରେ ଅଟକି ରହିଥିବା ଏକ ମାଲବାହୀ ଟ୍ରେନ ଟ୍ରାକରେ ଚାଲିବା ଆରମ୍ଭ କରିଥିଲା। ଫଳରେ ଟ୍ରେନ ଚଢ଼ିଯିବାରୁ ଘଟଣାସ୍ଥଳରେ ସୁଫିଆ […]

train-over-turn-1

train-over-turn-1

Madhupriya Mistry
  • Published: Sunday, 27 December 2020
  • Updated: 27 December 2020, 02:56 PM IST

Sports

Latest News

ଝାରସୁଗୁଡ଼ା(ଦେବେନ୍ଦ୍ର ବେହେରା): ଝାରସୁଗୁଡ଼ା ଲଇକେରା ଥାନା ବାଗଡିହି ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଅଘଟଣ। ରେଳଧାରଣା ପାରି ହେଉଥିବାବେଳେ ଟ୍ରେନ୍ ଚଢିଯାଇ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ୩ଜଣ ଟ୍ରେନରେ ଘରୁ ଯିବା ପାଇଁ ୪ନଂ ପ୍ଲାଟଫର୍ମରୁ ୧ନଂ ପ୍ଲାଟଫର୍ମକୁ ଯିବାକୁ ରେଳଧାରଣା ପାରି ହେଉଥିଲେ। ଏତିକି ବେଳେ ସେଠାରେ ଅଟକି ରହିଥିବା ଏକ ମାଲବାହୀ ଟ୍ରେନ ଟ୍ରାକରେ ଚାଲିବା ଆରମ୍ଭ କରିଥିଲା। ଫଳରେ ଟ୍ରେନ ଚଢ଼ିଯିବାରୁ ଘଟଣାସ୍ଥଳରେ ସୁଫିଆ ମହାନନ୍ଦା ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ରୋଶନ୍ ମହାନନ୍ଦ ନାମକ ଜଣେ ଯୁବକ ବି ରେଳ ଧାରଣା ପାରି ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ଗୋଡ଼ କଟିଯାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos