ରାଜ୍ୟପାଳଙ୍କ ଅଭିଭାଷଣ: ନୂଆ କିଛି ନାହିଁ, କେବଳ ସରକାରଙ୍କ ସଫଳତା କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ବଜେଟ୍ ଅଧିବେଶନ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି। ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରାଜ୍ୟପାଳଙ୍କ ମୁହଁରେ କୁହାଇଥିବାବେଳେ ସେହି ପୁରୁଣା କଥାଗୁଡ଼ିକୁ ଦୋହରାଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ସ୍ଥିତି କ’ଣ ରହିବ ଓ ସରକାରଙ୍କ ଫୋକସ୍ କେଉଁସବୁ ଦିଗ ପ୍ରତି ରହିବ ସେ ନେଇ କିଛିବି ଆଭାସ ଦେଇନାହାନ୍ତିି। ଏପରିକି କୋଟିଆ ଭଳି ସମ୍ବେଦନଶୀଳ ସୀମାବିବାଦ ପ୍ରସଙ୍ଗ ଓ ରାଜ୍ୟର ଚାଷ ଜମିକୁ […]

governor

governor

Ordigital Desk
  • Published: Thursday, 18 February 2021
  • Updated: 19 February 2021, 05:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ବଜେଟ୍ ଅଧିବେଶନ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଛି। ସରକାର ନିଜର ସଫଳତାର ଲମ୍ବାଚଉଡ଼ା ହିସାବ ରାଜ୍ୟପାଳଙ୍କ ମୁହଁରେ କୁହାଇଥିବାବେଳେ ସେହି ପୁରୁଣା କଥାଗୁଡ଼ିକୁ ଦୋହରାଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତିକ ସ୍ଥିତି କ’ଣ ରହିବ ଓ ସରକାରଙ୍କ ଫୋକସ୍ କେଉଁସବୁ ଦିଗ ପ୍ରତି ରହିବ ସେ ନେଇ କିଛିବି ଆଭାସ ଦେଇନାହାନ୍ତିି। ଏପରିକି କୋଟିଆ ଭଳି ସମ୍ବେଦନଶୀଳ ସୀମାବିବାଦ ପ୍ରସଙ୍ଗ ଓ ରାଜ୍ୟର ଚାଷ ଜମିକୁ ଜଳସେଚନର ସ୍ଥିତି ସମ୍ପର୍କରେ ବି ସରକାର ନିରବ ରହିଛନ୍ତି। ଅବଶ୍ୟ କୋଭିଡ୍ ମହାମାରୀ ସତ୍ତ୍ୱେ ଗତ ଆର୍ଥିକବର୍ଷ ତୁଳନାରେ ଚଳିତବର୍ଷ ଜାନୁୟାରୀ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ୭.୩% ଅଧିକ ରହିଥିବା ନେଇ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର ସୂଚନା ଦେଇଛନ୍ତି। ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଦୁଇ ବିରୋଧୀ ଦଳ ଯଥା- ପ୍ରଥମେ କଂଗ୍ରେସ ଓ ପରେ ବିଜେପି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଏପରିକି ଶୋକପ୍ରସ୍ତାବ ଉପରେ ଆଲୋଚନାରେ ବି କଂଗ୍ରେସ ସଦସ୍ୟମାନେ ସାମିଲ ହୋଇନଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କ ଅଭିଭାଷଣ ଆରମ୍ଭ କରିବାପରେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ। ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, କରୋନା ମହାମାରୀ ସତ୍ତ୍ୱେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ରହିଛି । ଗତବର୍ଷ ଅର୍ଥାତ୍ ୨୦୨୦ ଜାନୁୟାରୀ ତୁଳନାରେ ଚଳିତବର୍ଷ ଜାନୁୟାରୀ ଶେଷସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ୭.୩% ଅଧିକ ହୋଇଛି। ଚଳିତବର୍ଷ ଜାନୁୟାରୀ ଶେଷସୁଦ୍ଧା ୩୮,୭୬୦କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ପଡ଼ି ରହିଥିବା ପ୍ରାୟ ୨୮୦୦କୋଟି ଟଙ୍କାର ସରକାରୀ ଅର୍ଥକୁ ଫେରସ୍ତ ଅଣାଯାଇଛି। ବକେୟା ରାଜସ୍ୱ ଆଦାୟ ପାଇଁ ଓଟିଏସ(ୱାନଟାଇମ୍ ସେଟେଲମେଣ୍ଟ) ଯୋଜନା ମଧ୍ୟ ଲାଗୁ କରାଯାଇଛି।

ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଉନ୍ନତ କରିବା ସହିତ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ଓ ୭ଟି ଜିଲ୍ଲା ହସ୍ପିଟାଲ ଏବେ ନିର୍ମାଣାଧୀନ ରହିଛି। ୩୫୦୦କୋଟି ଟଙ୍କା ବ୍ୟୟରେ ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ୍ ଅନୁଷ୍ଠାନ ଭାବେ ପରିବର୍ଦ୍ଧିତ କରାଯାଉଛି। ପୂର୍ବ ଭାରତରେ ଓଡ଼ିଶା ଦ୍ରୁତଗତିରେ ପ୍ରମୁଖ ‘ଉତ୍ପାଦନ ହବ୍‌’ ଭାବେ ଉଭା ହୋଇଛି। କରୋନା ମହାମାରୀ ଭିତରେ ବି ରାଜ୍ୟକୁ ୧.୨୦ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ସ୍ୱାସ୍ଥ୍ୟ, ଅକ୍ଷୟ ଶକ୍ତି, ଷ୍ଟିଲ ଓ ଆଲୁମିନିୟମ, ଆଇଟି ଓ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ଏହି ସବୁ ନିବେଶ ପ୍ରସ୍ତାବ ଆସିଛି। ଏମଏସଏମଇ କ୍ଷେତ୍ରକୁ ପ୍ରୋତ୍ସାହିତ ପାଇଁ ଇଡକୋ ଏବେ ୧୧୭ଟି ଶିଳ୍ପାଂଚଳ ବିକଶିତ କରୁଛି।

ସେହିପରି ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର ୪.୭ଲକ୍ଷ ନଳକୂଅ, ୧୩୦୫୦ ପାଇପ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨୦୯ଟି ସୌରଚାଳିତ ଟ୍ୟୁବୱେଲ୍ ସୁବିଧା କରାଯାଇଛି। ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ଯୋଜନାରେ ୭୫୦୦କୋଟି ଟଙ୍କା ବ୍ୟୟରେ ୬୬ଲକ୍ଷ ବ୍ୟକ୍ତିଗତ ଶୌଚାଳୟ ନିର୍ମାଣ ହୋଇଛି ଓ ୨୦୧୯ ସେପ୍ଟେମ୍ବରରେ ରାଜ୍ୟ ବାହ୍ୟ ମଳମୁକ୍ତ ଅଂଚଳ ଭାବେ ଘୋଷିତ ହୋଇଛି। ଓଡ଼ିଶା ଏବେ ବି ଶକ୍ତି କ୍ଷେତ୍ରରେ ଏକ ବଳକା ରାଜ୍ୟ ରହିଛି। ବିଦ୍ୟୁତ ସରବରାହ ଓ ବଣ୍ଟନ ଭିତ୍ତିଭୂମି ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ଓପିଟିସିଏଲ୍ ଓ ବିତରଣ କମ୍ପାନୀଗୁଡ଼ିକୁ ପାଣ୍ଠି ଯୋଗାଇ ଦେଉଛନ୍ତି। ୨୪ଘଣ୍ଟିଆ ବିଦ୍ୟୁତ ଯୋଗାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଜଳସଂରକ୍ଷଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୧୬ହଜାର ଆଡ଼ିବନ୍ଧ ନିର୍ମାଣ ହୋଇଛି। ଚାଷୀମାନଙ୍କୁ ୭୯ହଜାର ଗଭୀର ନଳକୂଳ ହସ୍ତାନ୍ତର ସହ ୧୦୯ଟି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ମଧ୍ୟ ରାଜ୍ୟର କେତେ ଚାଷଜମିକୁ ଏପର୍ଯ୍ୟନ୍ତ ଜଳସେଚନ ସୁବିଧା ଦିଆଗଲାଣି ସେ ପ୍ରସଙ୍ଗରେ ନିରବ ରହିଛନ୍ତି।

ପର୍ଯ୍ୟଟନ କ୍ଷେତ୍ରରେ ୧ଲକ୍ଷ ୨୦ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯାଇଥିବାବେଳେ ଏହା ଅଧିନସ୍ଥ ଆନୁସଙ୍ଗିକ ସଂଗଠିତ କ୍ଷେତ୍ରର ଅନୂନ୍ୟ ୩ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିବା ରାଜ୍ୟପାଳ କହିଛନ୍ତି। ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଅଣସଂଗଠିତ କ୍ଷେତ୍ର ସମେତ ଏହି କ୍ଷେତ୍ରରେ ମୋଟ ନିଯୁକ୍ତି ୧୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଏହି ଅଭିଭାଷଣରେ ରାଜ୍ୟପାଳ କେବଳ ସରକାରଙ୍କ ସଫଳତା ଦିଗଗୁଡ଼ିକ କଥା କହିଥିବାବେଳେ କୌଣସି ନୂଆ କଥାର ଆଭାସ ଦେଇନାହାନ୍ତି। ସରକାରଙ୍କ ସଫଳତାର ସମସ୍ତ ପୁରୁଣା କଥାକୁ ଦୋହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story