କୋହଳ ହେବ ଲକ୍‌ଡାଉନ, କୃଷି କାର୍ଯ୍ୟ ଉପରେ ଖୋଲି ଦେଲେ ତାଲା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୫ରୁ ରାଜ୍ୟରେ ଲାଗୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ । ତେବେ କରୋନା ସଂକ୍ରମଣ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିବା ବି ନିହାତି ଜରୁରୀ । ସେଥିଲାଗି କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ମନରେଗା, ସମେତ ଜଳଯୋଗାଣ, ମିଶନ୍ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକୁ ଲକ୍‌ଡାଉନ ପରିସର ବାହାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଇ-କମର୍ସ କାରବାର ଲାଗି ମଧ୍ୟ ଅନୁମତି ମିଳିଥିବା ବେଳେ ଟେକ୍ […]

9098

9098

Tapas Behera
  • Published: Monday, 13 April 2020
  • Updated: 13 April 2020, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୫ରୁ ରାଜ୍ୟରେ ଲାଗୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ । ତେବେ କରୋନା ସଂକ୍ରମଣ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିବା ବି ନିହାତି ଜରୁରୀ । ସେଥିଲାଗି କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ମନରେଗା, ସମେତ ଜଳଯୋଗାଣ, ମିଶନ୍ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାର୍ଯ୍ୟକୁ ଲକ୍‌ଡାଉନ ପରିସର ବାହାରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଇ-କମର୍ସ କାରବାର ଲାଗି ମଧ୍ୟ ଅନୁମତି ମିଳିଥିବା ବେଳେ ଟେକ୍ ଆୱେ ଓ ହୋମ୍ ଡେଲିଭରି ପାଇଁ ହୋଟେଲ୍, ରେସ୍ତୋରାଁ ଓ ଢାବା ଖୋଲା ରହିବ। ତେବେ ଏସବୁ କାର୍ଯ୍ୟ ବେଳେ ସାମାଜିକ ଦୂରତ୍ୱ କଟକଣା ସହ ଆଦୌ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

କୃଷି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ ଏହି କ୍ଷେତ୍ର ଯେଭଳି ପ୍ରଭାବିତ ନହେବା ସେଥିପ୍ରତି ଦୃଷ୍ଟି ଦିଆଯାଇଛି  କୃଷି ଓ ଏହାର ଆନୁସଂଗିକ କ୍ଷେତ୍ର ଯେପରିକି ପଶୁପାଳନ, ମତ୍ସ୍ୟଚାଷ ଓ ଉଦ୍ୟାନ କୃଷି କାର୍ଯ୍ୟ ଜାରି ରହିବ। ରବି ଧାନ ଅମଳ ଓ ସଂଗ୍ରହ ଏବଂ ଖରିଫ ଚାଷ ଲାଗି ପ୍ରସ୍ତୁତି ଯେପରିକି ବିଲ ହଳ କରିବାଠୁ ଆରମ୍ଭ କରି ବିହନ ବୁଣା, ତଳି ପାଇଁ ମାଟି ପ୍ରସ୍ତୁତି ଓ ଅନ୍ୟାନ୍ୟ ଆନୁସଂଗିକ କାର୍ଯ୍ୟ କରିବାକୁ ଚାଷୀଙ୍କୁ ଅନୁମତି ଦିଆଯାଇଛି।  ରବି ଫସଲକୁ ଟ୍ରାକଟର କିମ୍ବା ଟ୍ରକ୍ଟରରେ ମଣ୍ଡିକୁ ନେବା ଲାଗି ଅନୁମତି ମିଳିଛି।  ଏପଟେ କୃଷି ଯନ୍ତ୍ରପାତି ମରାମତି, ନୂଆ କୃଷି ଯନ୍ତ୍ରପାତି ପରିବହନ ଓ ବିକ୍ରି, ବିହନ, କୀଟନାଶକ ଏବଂ ସାର ଉତ୍ପାଦନ ଓ ବିକ୍ରିକୁ ଲକ୍‌ଡାଉନ ପରିସର ବାହାରେ ରଖାଯାଇଛି।  ସେହିପରି ମାଛଚାଷ ଲାଗି ନୂଆ ପୋଖରି ଖୋଳା, ପୁରୁଣା ପୋଖରି ମରାମତି, ପଶୁ ଓ କୁକୁଡା ଏବଂ ମାଛ ଖାଦ୍ୟ ଉତ୍ପାଦନ, ପରିବହନ ଓ ବିକ୍ରି ଜାରି ରହିବ। ଲୁଣା ହ୍ରଦ ଓ ସମୁଦ୍ରରୁ ମାଛ ଧରା, ପ୍ରକ୍ରିୟାକରଣ, ପରିବହନ ଏବଂ ବିକ୍ରି ମଧ୍ୟ କଟକଣା ଦ୍ୱାରା ପ୍ରଭାବିତ ହେବନାହିଁ । ଅଣ୍ଡା ଓ ଦୁଗ୍ଧ ଉତ୍ପାଦନ ଓ ବିକ୍ରି ପ୍ରକ୍ରିୟା ବି ଲକ୍‌ଡାଉନ ଦ୍ୱାରା ପ୍ରଭାବିତ ହେବ ନାହିଁ।

ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଓ ସ୍ୱଚ୍ଛ ଭାରତ ଅନ୍ତର୍ଗତ ପାଇଖାନା ନିର୍ମାଣ କାମକୁ କଟକଣା ବାହାରେ ରଖିଛନ୍ତି ରାଜ୍ୟ ସରକାର। ପାନୀୟ ଜଳ ଯୋଗାଣ ଲାଗି ଉଦ୍ଦିଷ୍ଟ ନୂଆ ପ୍ରକଳ୍ପ ନିର୍ମାଣ ଓ ପୁରୁଣା ପ୍ରକଳ୍ପର ମରାମତି ମଧ୍ୟ କରାଯାଇପାରିବ। ବନୀକରଣ ସଂପର୍କିତ ସମସ୍ତ କାର୍ଯ୍ୟ ଯେପରିକି ଚାରା ପ୍ରସ୍ତୁତି, ରୋପଣ ଓ ଜଙ୍ଗଲ ସଫା କଟକଣା ଦ୍ୱାରା ପ୍ରଭାବିତ ହେବ ନାହିଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଞ୍ଚୁଥିବା ଲୋକଙ୍କ ପାଇଁ ବି କଟକଣାକୁ କୋହଳ କରାଯାଇଛି। କେନ୍ଦୁପତ୍ର ତୋଳା, ଫଡି ପ୍ରସ୍ତୁତି ଏବଂ ଅନ୍ୟ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ଏହାର ପରିବହନ ଏବଂ ବିକ୍ରି ଉପରେ କୌଣସି ବାଧା ରହିବ ନାହିଁ । ମାର୍କଫେଡ୍ ଓ ନାଫେଡ୍ ଭଳି ସଂସ୍ଥା ଡାଲି ଜାତୀୟ ଓ ଅନ୍ୟାନ୍ୟ ଶସ୍ୟ ସଂଗ୍ରହ କରିବେ ପ୍ୟାକ୍ସ ଓ ଲ୍ୟାମ୍ପସ ମଧ୍ୟ ପୂର୍ବଭଳି କାର୍ଯ୍ୟ କରିବେ ମିଶନ ଶକ୍ତି ଓ ଏସଏଚ୍‌ଜିମାନେ ମଧ୍ୟ ନିଜ ନିଜ କାର୍ଯ୍ୟଜାରି ରଖିବେ।

ସେପଟେ ଗ୍ରୋସେରୀ, ରନ୍ଧାଖାଦ୍ୟ ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାର ସାମଗ୍ରୀ ବି ଏଣିକି ଇ-କମର୍ସ ଓ ଅନଲାଇନ ପ୍ଲାଟଫର୍ମ ମାଧ୍ୟମରେ ମଗାଇବା ଲାଗି ସରକାର ଅନୁମତି ଦେଇଛନ୍ତି।  ଟେକ୍ ଆୱେ ଓ ହୋମ୍ ଡେଲିଭରି ପାଇଁ ହୋଟେଲ୍, ରେସ୍ତୋରାଁ ଓ ଢାବା ଖୋଲା ରହିବ। ତେବେ ସେଠାରେ ବସି ଖାଇ ହେବ ନାହିଁ । କେବଳ ପ୍ୟାକ୍ କରି ଘରକୁ ନେଇପାରିବେ। ଏସମସ୍ତ ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରାଯିବ । ଯେଉଁ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିବ ସେସବୁ ସ୍ଥାନରେ ଏସବୁ କୋହଳ ବ୍ୟବସ୍ଥା ଲାଗୁ ହେବ ନାହିଁ । ସେ ଅଞ୍ଚଳ ପୁରା ସଟ୍‌ଡାଉନ୍ ହୋଇରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story