୧୨.୯୨ଲକ୍ଷ ଚାଷୀଙ୍କଠୁ ସଂଗୃହୀତ ହେଲା ୫୭.୨୨ଲକ୍ଷ ମେଟ୍ରିକ୍ ଟନ୍ ଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀଙ୍କଠୁ ମୋଟ ୫୭ ଲକ୍ଷ ୨୨ହଜାର ୩୦୪ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ୨୦୨୦-୨୧ ଖରିଫ ଋତୁ ତୁଳନାରେ ଅଧିକ ୧ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଖରିଫ […]

paddy

paddy

Ordigital Desk
  • Published: Friday, 08 April 2022
  • Updated: 08 April 2022, 08:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟର ମୋଟ ୧୨ଲକ୍ଷ ୯୨ହଜାର ୭୩୨ଜଣ ଚାଷୀଙ୍କଠୁ ମୋଟ ୫୭ ଲକ୍ଷ ୨୨ହଜାର ୩୦୪ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ୨୦୨୦-୨୧ ଖରିଫ ଋତୁ ତୁଳନାରେ ଅଧିକ ୧ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଖରିଫ ଋତୁରେ ପଞ୍ଜିକୃତ ହୋଇଥିବା ମୋଟ ୧୨.୯୨ଲକ୍ଷ ଚାଷୀଙ୍କଠୁ ୧୧ହଜାର ୧୦୧କୋଟି ୨୭ଲକ୍ଷ ଟଙ୍କା ବ୍ୟୟରେ ୫୭.୨୨ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ୨୦୨୧-୨୨ ଖରିଫ ଋତୁରେ ୧୦.୯୨ଲକ୍ଷ ଚାଷୀ କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି, ଯେଉଁମାନେ କି ନିଜର ବଳକା ଧାନ ବିକ୍ରି କରିଛନ୍ତି । ୨୦୧୮-୧୯ ମସିହାରୁ ଏପର୍ଯ୍ୟନ୍ତ କ୍ରମାଗତ ଭାବେ ପ୍ରତିବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭାଗିଦାରୀ ବୃଦ୍ଧି ପାଇଛି । ଧାନ ବିକ୍ରି ପାଇଁ ଅନଲାଇନ୍ ଓ ପି-ପାସ ତଥା ଆଗୁଆ ଟୋକେନ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଇଥିବାବେଳେ ଏହାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ଫାଇଭ-ଟି ଆଧାରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ପାଇଲଟ୍ ପ୍ରୋଜେକ୍ଟ ଭାବେ ଚଳିତ ଖରିଫ୍ ଧାନ ନିମନ୍ତେ ରାଜ୍ୟର ୭ଟି ଜିଲ୍ଲାରେ ସାଟେଲାଇଟ୍ ଇମେଜରି ମାଧ୍ୟମରେ ପ୍ରକୃତ ଚାଷ କରାଯାଇଥିବା ଧାନ ଜମିର ଯାଂଚ କରାଯାଇଥିଲା ।

୨୦୨୧-୨୨ ଖରିଫ ଋତୁରେ ସର୍ବାଧିକ ୬.୧୪ଲକ୍ଷ ମେଟ୍ରିକ ଟନ୍ ଧାନ ବରଗଡ଼ ଜିଲ୍ଲାରୁ ସଂଗ୍ରହ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରୁ ୪.୬୬ ଲକ୍ଷ ମେଟ୍ରିକ ଟନ୍‌, ଗଞ୍ଜାମରୁ ୪.୦୫ ଲକ୍ଷ , ସମ୍ବଲପୁରରୁ ୨.୯୬ ଲକ୍ଷ, ବଲାଙ୍ଗିରରୁ ୨.୮୪ ଲକ୍ଷ, ସୁବର୍ଣ୍ଣପୁରରୁ ୩.୩୮ ଲକ୍ଷ, କୋରାପୁଟରୁ ୨.୪୧ ଲକ୍ଷ, ସୁନ୍ଦରଗଡ଼ରୁ ୨.୨୪ ଲକ୍ଷ ଓ ବାଲେଶ୍ୱରରୁ ୨.୧୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭାଗିଦାରୀରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି, ଯାହାକି ଏକ ଶୁଭ ସଙ୍କେତ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos