କୋର୍ଟ ଭିତରେ ଚଳିବନି ସରକାରୀ ବାବୁଙ୍କ ରଙ୍ଗିଲା ଡ୍ରେସ୍‌

କଟକ(ଓଡ଼ିଶା ରିପୋର୍ଟର): ଆଉ ଚଳିବନି ସରକାରୀ ବାବୁଙ୍କ ରଙ୍ଗରଙ୍ଗିଆ ବେଶଭୁଷା। ହାଇକୋର୍ଟରେ ହାଜିରା ବେଳେ ଡ୍ରେସ୍‌ ସେନ୍ସ ରଖିବେ ସରକାରୀ କର୍ମଚାରୀ। ବ୍ୟକ୍ତିଗତ ହେଉ କି ଆନୁଷ୍ଠାନିକ ଭାବେ ହାଜିରା ହେଉ। ଶାଳୀନତା ରକ୍ଷା କରୁଥିବା ପୋଷାକ ପିନ୍ଧି ଉପସ୍ଥିତ ରହିବେ। ଏନେଇ ଆଡ୍‌ଭୋକେଟ୍ ଜେନେରାଲଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ମାମଲାର ପରିଚାଳନା ସମୟରେ ଉପସ୍ଥିତ ତଥା ପକ୍ଷଭୁକ୍ତ ସରକାରୀ ଅଧିକାରୀମାନେ ବେଶପୋଷାକରେ ଶାଳୀନତା ରକ୍ଷା […]

govt-employees-are-not-follow-dress-code

Manoranjan Sial
  • Published: Friday, 18 October 2019
  • Updated: 18 October 2019, 09:28 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆଉ ଚଳିବନି ସରକାରୀ ବାବୁଙ୍କ ରଙ୍ଗରଙ୍ଗିଆ ବେଶଭୁଷା। ହାଇକୋର୍ଟରେ ହାଜିରା ବେଳେ ଡ୍ରେସ୍‌ ସେନ୍ସ ରଖିବେ ସରକାରୀ କର୍ମଚାରୀ। ବ୍ୟକ୍ତିଗତ ହେଉ କି ଆନୁଷ୍ଠାନିକ ଭାବେ ହାଜିରା ହେଉ। ଶାଳୀନତା ରକ୍ଷା କରୁଥିବା ପୋଷାକ ପିନ୍ଧି ଉପସ୍ଥିତ ରହିବେ। ଏନେଇ ଆଡ୍‌ଭୋକେଟ୍ ଜେନେରାଲଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ମାମଲାର ପରିଚାଳନା ସମୟରେ ଉପସ୍ଥିତ ତଥା ପକ୍ଷଭୁକ୍ତ ସରକାରୀ ଅଧିକାରୀମାନେ ବେଶପୋଷାକରେ ଶାଳୀନତା ରକ୍ଷା କରୁନାହାଁନ୍ତି। ଫଳରେ ମାମଲା ପରିଚାଳନା ସମୟରେ ସମସ୍ୟା ଉପୁଜୁଛି। ଯାହାକୁ ଗୁରୁତ୍ୱର ସହ ନେଉଛନ୍ତି କୋର୍ଟ। ତେଣୁ ଏଭଳି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବେଶପୋଷାକ ଉପରେ ଗୁରୁତ୍ୱ ଦେବାକୁ ସମସ୍ତ ବିଭାଗର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ପାଇଁ କହିଛି ଏଜିଙ୍କ କାର୍ଯ୍ୟାଳୟ।

କେବଳ ଡ୍ରେସକୋର୍ଡ ନୁହେଁ, ସଠିକ୍ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଫିଡେଭିଟ୍ କିମ୍ବା କାଉଣ୍ଟର ଆଫିଡେଭିଟ୍ ଦାଖଲ କରୁନାହାଁନ୍ତି ସରକାରୀ ଅଧିକାରୀ। ଫଳରେ ମାମଲା ଗୁଡ଼ିକର ବିଚାର କରିବାରେ ଅଯଥାରେ ବିଳମ୍ବ ଦେଖାଦେଉଛି। ଏହାକୁ ନେଇ ଉଦ୍‌ଗେଗ ପ୍ରକାଶ କରିଛନ୍ତି ଆଡଭୋକେଟ୍ ଜେନେରାଲ୍। ତେଣୁ ଏହି କ୍ଷେତ୍ରରେ ମଧ୍ୟ ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ କହିଛି ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ। ଚିଠି ପରେ ପ୍ରଥମ ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଅବକାରୀ ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଡ୍ରେସ୍‌କୋର୍ଡ ଅମାନ୍ୟ ଓ ଆଫିଡେଭିଟ୍ ଦାଖଲରେ ବିଳମ୍ବ ଯୋଗୁ କୋର୍ଟରେ ମାମଲାର ଶୁଣାଣି ବେଳେ ପ୍ରଭାବ ପଡୁଛି। ତେଣୁ ଏଜିଙ୍କ ଏହି ଚିଠି ପରେ ଆଗକୁ କିଭଳି ତତ୍ପରତା ଦେଖାଇ ପରାମର୍ଶକୁ ପାଳନ କରୁଛନ୍ତି ସରକାରୀ ବାବୁ, ତାକୁ ଅପେକ୍ଷା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story