ଆସନ୍ତାକାଲିଠୁ ୫୦% କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କରୋନା ସଂକ୍ରମଣ ମାମଲା ହୁହୁ ହୋଇ ବଢ଼ୁଥିବାବେଳେ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ ଆୟୋଗ ଆଦି ଭଳି ନିଯୁକ୍ତି ସଂସ୍ଥାଗୁଡ଼ିକ ୭୫ପ୍ରତିଶତ କର୍ମଚାରୀରେ ଚାଲିବ । ଅବଶ୍ୟ ଏହି ନିର୍ଦ୍ଦେଶନାମାରୁ ଜରୁରୀ ସେବା ପ୍ରଦାନ କରୁଥିବା ଅଫିସଗୁଡ଼ିକୁ ବାଦ୍ ଦିଆଯାଇଛି। ଜାନୁୟାରୀ ୭ରୁ ୩୧ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା […]

office

office

Ordigital Desk
  • Published: Thursday, 06 January 2022
  • Updated: 07 January 2022, 10:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ କରୋନା ସଂକ୍ରମଣ ମାମଲା ହୁହୁ ହୋଇ ବଢ଼ୁଥିବାବେଳେ ରାଜ୍ୟ ସରକାର ସମସ୍ତ ସରକାରୀ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ ଆୟୋଗ ଆଦି ଭଳି ନିଯୁକ୍ତି ସଂସ୍ଥାଗୁଡ଼ିକ ୭୫ପ୍ରତିଶତ କର୍ମଚାରୀରେ ଚାଲିବ । ଅବଶ୍ୟ ଏହି ନିର୍ଦ୍ଦେଶନାମାରୁ ଜରୁରୀ ସେବା ପ୍ରଦାନ କରୁଥିବା ଅଫିସଗୁଡ଼ିକୁ ବାଦ୍ ଦିଆଯାଇଛି। ଜାନୁୟାରୀ ୭ରୁ ୩୧ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ରୋଟେସନରେ ଚାଲିବ । ତେବେ ଅନୁସଚିବ ପାହ୍ୟାରୁ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ଦୈନିକ ଅଫିସ ଆସିବେ । ସବୁ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତରର କର୍ତ୍ତୃପକ୍ଷ ଦୈନିକ କେଉଁ କର୍ମଚାରୀ ଅଫିସ୍ ଆସିବେ ତାହା ସ୍ଥିର କରିବେ । ସେହିପରି ଓଡ଼ିଶା ଲୋକସେବା ଆୟୋଗ, ଷ୍ଟାଫ ସିଲେକ୍ସନ ଆୟୋଗ, ସର୍ବଅଡିନେଟ୍ ଷ୍ଟାଫ ସିଲେକ୍ସନ୍ ଆୟୋଗଙ୍କ କାର୍ଯ୍ୟାଳୟ ସର୍ବନିମ୍ନ ୭୫ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ ।

ତେବେ ଜରୁରୀ ସେବା ପ୍ରଦାନ କରୁଥିବା ଅଫିସ ଯଥା- ଏସଆରସି ଓ ଓସଡମା କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ପ୍ରଦାନକାରୀ ଅଫିସ ସମେତ ରାଜ୍ୟ ନିର୍ବାଚନ କମିଶନର ଅଫିସ ଓ ଏହା ସହ ଜଡ଼ିତ ଅଫିସଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶନାମା ଲାଗୁ ହେବ ନାହିଁ । ପଂଚାୟତ ନିର୍ବାଚନ ପାଇଁ ତ୍ରିସ୍ତରୀୟ ପଂଚାୟତ ଅଫିସଗୁଡ଼ିକରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନ ରହିବ। ଅଫିସଗୁଡ଼ିକରେ କୋଭିଡ୍ ଗାଇଡଲାଇନ କଡ଼ାକଡ଼ି ପାଳନ ହେବ । ଯେଉଁ ଅଫିସଗୁଡ଼ିକରେ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟିରେ ନିୟୋଜିତ କରାଯାଇନଥିବ ସେ ୱାର୍କ ଫ୍ରମ ହୋମରେ କାର୍ଯ୍ୟ କରିବେ । କୌଣସି କର୍ମଚାରୀ ହେଡକ୍ୱାର୍ଟର ଛାଡ଼ି କୁଆଡ଼େ ଯାଇପାରିବେ ନାହିଁ । ଟେଲିଫୋନରେ ସବୁ ସମୟରେ ଅଫିସ କାର୍ଯ୍ୟ ପାଇଁ ଉପଲବ୍ଧ ରହିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଳ୍ଲେଖ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos