‘ଆଶାନୁରୂପ ଅଗ୍ରଗତି ନହେବାରୁ ଅନୁଗୋଳ ଆଲୁମିନିୟମ ପାର୍କ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଶାନୁରୂପ ଅଗ୍ରଗତି ହୋଇ ନପାରିବାରୁ ଅନୁଗୋଳ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତିଭୂମି ବିକାଶ ପ୍ରକଳ୍ପକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ। ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଗୋୟଲ କହିଥିଲେ ଯେ ଗତ ୧୮.୮.୨୦୧୫ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ସଂଶୋଧିତ ଶିଳ୍ପ ଭିତିଭୂମି ଉନ୍ନୟନ ଯୋଜନା […]

pyush

Manoranjan Sial
  • Published: Friday, 29 November 2019
  • , Updated: 29 November 2019, 08:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଶାନୁରୂପ ଅଗ୍ରଗତି ହୋଇ ନପାରିବାରୁ ଅନୁଗୋଳ ଆଲୁମିନିୟମ ପାର୍କଠାରେ ପ୍ରସ୍ତାବିତ ଭିତିଭୂମି ବିକାଶ ପ୍ରକଳ୍ପକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ। ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଗୋୟଲ କହିଥିଲେ ଯେ ଗତ ୧୮.୮.୨୦୧୫ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ସଂଶୋଧିତ ଶିଳ୍ପ ଭିତିଭୂମି ଉନ୍ନୟନ ଯୋଜନା (ଏମଆଇଆଇୟୁଏ) ଅନ୍ତର୍ଗତ ଏହି ପ୍ରକଳ୍ପ ଲାଗି ମୋଟ ୯୯.୬୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିପାଇଁ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଥିଲା। ମଞ୍ଜୁରୀ ମିଳିବା ତାରିଖଠାରୁ ଦୁଇବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା। ଏକାଧିକବୈଠକରେ ଏହି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ଏବଂ ଜଣାପଡ଼ିଥିଲା ଯେ ପ୍ରକଳ୍ପର ଅଗ୍ରଗତି ଖୁବ୍ ଧୀର ଗତିରେ ଚାଲିଛି।

ଆହୁରି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ଅନୁଗୁଳ ଆଲୁମିନିୟମ ପାର୍କ ପ୍ରାଇଭେଟଲିମିଟେଡ (ଏଏପିପିଏଲ) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ସ୍ଥାନୀୟ ଲୋକଙ୍କ ବିରୋଧ କାରଣରୁ ପ୍ରକଳ୍ପ ଆଗେଇ ପାରୁନାହିଁ। ସେହିପରି ପ୍ରକଳ୍ପ ପରିଚାଳନା ସଂସ୍ଥା (ପିଏଏମଏ) ପକ୍ଷରୁ ଘଟଣାସ୍ଥଳ ଅନୁଧ୍ୟାନ କରାଯିବା ପରେ ରିପୋର୍ଟ ଦିଆଗଲା ଯେ ଏହି ପ୍ରକଳ୍ପର ସର୍ବମୋଟ ଅଗ୍ରଗତି ମାତ୍ର ୭% ହୋଇପାରିଛି। ତେଣୁ ବିଶେଷ ଅଗ୍ରଗତି ହୋଇପାରି ନଥିବା କାରଣରୁ ଗତ ୧.୧୧.୨୦୧୮ରେ ଅନୁଷ୍ଠିତ ସର୍ବୋଚ୍ଚ କମିଟି ବୈଠକରେ ଏହି ପ୍ରକଳ୍ପକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନିଆଗଲା ଏବଂ କାର୍ଯ୍ୟକାରୀ ଏଜେନ୍ସିକୁ ଏ ବାବଦରେ ମିଳିଥିବା କେନ୍ଦ୍ରୀୟ ସହାୟତା ଫେରାଇ ଦେବା ପାଇଁ କୁହାଯାଇଥିଲା। ତେବେ ସଂଶୋଧିତ ଶିଳ୍ପ ଭିତିଭୂମି ଉନ୍ନୟନ ଯୋଜନା (ଏମଆଇଆଇୟୁଏ) ଅନ୍ତର୍ଗତ ଅନୁଗୋଳଠାରେ ଓଡ଼ିଶା ଆଲୁମିନିୟମ କ୍ଲଷ୍ଟରକୁ ମିଳିଥିବା କେନ୍ଦ୍ରୀୟ ସହାୟତା ପୁନଃଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କଠାରୁ ଏକ ପ୍ରସ୍ତାବ ମିଳିଛି। ଏହି ପ୍ରସ୍ତାବକୁ ସର୍ବୋଚ୍ଚ କମିଟି ନିକଟରେ ଉପସ୍ଥାପନ କରାଯିବ।

Related story