ଅର୍ଥ ଚାପରେ ଚେପା ରାଜ୍ୟ ରାଜକୋଷ: କେନ୍ଦ୍ର ଭରସାରେ ୪ ନିଜସ୍ୱ ଯୋଜନା

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଦୀର୍ଘ ୨ଦଶନ୍ଧି ଧରି କ୍ଷମତାସୀନ ବିଜେଡି ସରକାର ନିଜସ୍ୱ ମହାତ୍ୱାକାଂକ୍ଷୀ ୪ଟି ଯୋଜନାକୁ ଏବେ କେନ୍ଦ୍ର ସରକାରଙ୍କ ଭରସାରେ ଛାଡ଼ିଦେଇଛନ୍ତି। ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ ୪ଟି ମହାତ୍ୱାକାଂକ୍ଷୀ ଯୋଜନାକୁ ନବୀନ ପଟ୍ଟନାୟକ ସରକାର ‘ମୁଖ୍ୟ ଆୟୁଧ’ କରିଥିଲା ଏବେ ସେହି ସବୁ ଯୋଜନାକୁ ଚଳାଇ ରଖିବା ଆର୍ଥିକ ଦୃଷ୍ଟିରୁ ସହଜ ହେଉନଥିବାରୁ କେନ୍ଦ୍ରର ମୋଦି ସରକାର ପାଖରେ ନିଜକୁ ଆତ୍ମସର୍ମପଣ କରିବାକୁ ବାଧ୍ୟ ହୋଇଛି। ଏପରିକି ପ୍ରଥମରୁ ନିଜର […]

czsi

czsi

Tapas Behera
  • Published: Friday, 06 December 2019
  • Updated: 07 December 2019, 06:29 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ରାଜ୍ୟରେ ଦୀର୍ଘ ୨ଦଶନ୍ଧି ଧରି କ୍ଷମତାସୀନ ବିଜେଡି ସରକାର ନିଜସ୍ୱ ମହାତ୍ୱାକାଂକ୍ଷୀ ୪ଟି ଯୋଜନାକୁ ଏବେ କେନ୍ଦ୍ର ସରକାରଙ୍କ ଭରସାରେ ଛାଡ଼ିଦେଇଛନ୍ତି। ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଯେଉଁ ୪ଟି ମହାତ୍ୱାକାଂକ୍ଷୀ ଯୋଜନାକୁ ନବୀନ ପଟ୍ଟନାୟକ ସରକାର ‘ମୁଖ୍ୟ ଆୟୁଧ’ କରିଥିଲା ଏବେ ସେହି ସବୁ ଯୋଜନାକୁ ଚଳାଇ ରଖିବା ଆର୍ଥିକ ଦୃଷ୍ଟିରୁ ସହଜ ହେଉନଥିବାରୁ କେନ୍ଦ୍ରର ମୋଦି ସରକାର ପାଖରେ ନିଜକୁ ଆତ୍ମସର୍ମପଣ କରିବାକୁ ବାଧ୍ୟ ହୋଇଛି। ଏପରିକି ପ୍ରଥମରୁ ନିଜର ଯୋଜନାକୁ ଉନ୍ନତ ଓ ଅଧିକ ଲୋକକଲ୍ୟାଣ ବୋଲି କହି ବାହାସ୍ଫୋଟ ମାରିବା ସହ କେନ୍ଦ୍ର ସରକାରଙ୍କ ଅୟୁଷ୍ମାନ ଭାରତ ଯୋଜନା, ପିଏମ-କିଷାନ, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ଗ୍ରହଣ କରିବାକୁ ଟାଳଟୂଳ ନୀତି ଅବଲମ୍ବନ କରୁଥିବା ବିଜେଡି ସରକାର ଏବେ ନିଜସ୍ୱ ମହାତ୍ୱାକାଂକ୍ଷୀ ଯୋଜନାକୁ ଏସବୁରେ ସମ୍ପୂର୍ଣ୍ଣ ବା ଆଂଶିକ ସାମିଲ କରି ରାଜ୍ୟ ରାଜକୋଷ ପାଣ୍ଠି ଉପରେ ଚାପକୁ ହ୍ରାସ କରିବାକୁ ପ୍ରୟାସ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୯ ଅକ୍ଟୋବର ମାସରୁ ଆରମ୍ଭ କରିଥିବା ନିଜସ୍ୱ ମହତ୍ୱାକାଂକ୍ଷୀ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’କୁ ଚଳାଇ ରଖିବା ରାଜ୍ୟ ସରକାରଙ୍କ ପକ୍ଷରେ ସମ୍ଭବପର ହେଉନାହିଁ। ଯଦିଓ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ‘ଆୟୁଷ୍ମାନ ଭାରତ ଯୋଜନା’କୁ ଲାଗୁ କରିବାକୁ ଓଡ଼ିଶା ବିରୋଧ କରୁଥିଲା କିନ୍ତୁ ଭିତରେ ଭିତରେ ଏହି ଯୋଜନାର ୨ଟି ଉପଯୋଜନାରୁ ଗୋଟିଏ(ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର)କୁ ରାଜ୍ୟରେ ଲାଗୁ କରିସାରିଛି। ଅନ୍ୟ ଉପଯୋଜନା (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା)କୁ ଆସନ୍ତା ୨/୩ ମାସ ମଧ୍ୟରେ ଓଡ଼ିଶାରେ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ଗାଇଡଲାଇନ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତବର୍ଷ ରାଜ୍ୟ ସରକାର ୧୨୦୩ କୋଟି ଟଙ୍କା ବଜେଟ୍ ବରାଦ କରିଥିବାବେଳେ ନଭେମ୍ବର ମାସସୁଦ୍ଧା ଘରୋଇ ହସ୍ପିଟାଲରେ ମାତ୍ର ୧୦୧.୨୬ କୋଟି ଟଙ୍କାର ଚିକିତ୍ସା ସୁବିଧା ୨.୦୬ଲକ୍ଷ ବୀମାଭୁକ୍ତ ଲୋକଙ୍କୁ ମିଳିପାରିଥିଲା। ଆୟୁଷ୍ମାନ ଭାରତ ଯୋଜନାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ପରିବାର ସମଗ୍ର ଦେଶରେ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବାକୁ ଯୋଗ୍ୟଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାର୍ଷିକ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ କେବଳ ଓଡ଼ିଶା ଓ ରାଜ୍ୟ ବାହାରର ୨୪ଟି ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ।

କିନ୍ତୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର ଅର୍ଥ ଦେଉନଥିବାରୁ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକ ଆଉ ଚିକିତ୍ସା ଯୋଗାଇବେ ନାହିଁ ବୋଲି ଗତମାସରେ ରୋକଠୋକ୍ ଭାବେ ଜଣାଇଛନ୍ତି। ଯାହାକି ସରକାରଙ୍କ ଆର୍ଥିକ ଦୁର୍ବଳ ସ୍ଥିତିକୁ ପଦାରେ ପକାଇଛି।

ସେହିପରି ପିଏମ-କିଷାନ୍ ଯୋଜନାକୁ କେନ୍ଦ୍ର ସରକାର ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ତରବରିଆ ଭାବେ ୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଘୋଷଣା କଲେ। ଏହାକୁ ନିଜର ମହାତ୍ୱାକାଂକ୍ଷୀ ଯୋଜନା ବୋଲି ଦର୍ଶାଇ ଚାଷୀଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ଯୋଜନା ସମଗ୍ର ଦେଶପାଇଁ ରୋଲ୍ ମଡେଲ୍ ବୋଲି କହିବାକୁ ପଛାଇଲେ ନାହିଁ। ୫ଟି ଫସଲ ଋତୁ ଅର୍ଥାତ୍ ୨୦୧୮-୧୯ରୁ ୨୦୨୦-୨୧ ପର୍ଯ୍ୟନ୍ତ ୫ଟି କିସ୍ତିରେ ଚାଷୀଙ୍କୁ ୨୫ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଲେ। ୨୦୧୮ ଡିସେମ୍ବର ୨୧, ୨୦୧୯ ଜାନୁୟାରୀ ୨୯, ମାର୍ଚ୍ଚ ୭, ମେ’ ୨୯ ତାରିଖରେ ‘କାଳିଆ’ ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତିକୁ ମାତ୍ର ବର୍ଷେ ନପୁରୁଣୁ ନଭେମ୍ବର ୧୫ତାରିଖ କ୍ୟାବିନେଟ୍ ବୈଠକରେ ବଦଳାଇ ଦେଲେ। କାଳିଆ ପାଇଁ ପ୍ରଥମେ ଆକଳନ ହୋଇଥିବା ୧୦,୧୮୦କୋଟି ଟଙ୍କା ପରବର୍ତ୍ତୀ ସମୟରେ ୧୭୫୦୦ କୋଟି ଟଙ୍କାରୁ ଅଧିକ ଛୁଇଁବ ବୋଲି ଆକଳନ କରିବାପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା । ନିର୍ବାଚନ ଜିତି ଆସିବା ପରେ ମୁଖ୍ୟମନ୍ତ୍ରୀ ନିଜେ ନୀତି ଆୟୋଗଙ୍କୁ ଚିଠି ଲେଖି ଓ ନିଜର ସାଂସଦମାନଙ୍କ ମାଧ୍ୟମରେ ‘ପିଏମ-କିଷାନ ଓ କାଳିଆ’ର ସମ୍ମିଶ୍ରଣ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । କାଳିଆ ଯୋଜନାରେ ମାତ୍ର ଗୋଟିଏ କିସ୍ତିବାବଦରେ ପ୍ରାୟ ୨୫୫୩ କୋଟି ଟଙ୍କା ଦେଇଥିବା ରାଜ୍ୟ ସରକାର ଏବେ ଦ୍ୱିତୀୟ କିସ୍ତି ପାଇଁ ଅର୍ଥ ଦେଉଛନ୍ତି । ଇତିମଧ୍ୟରେ ନଭେମ୍ବର ୩୦ତାରିଖରେ ନୂଆ ଗାଇଡଲାଇନ୍ ଜାରି କରି ‘କାଳିଆ ଓ ପିଏମ-କିଷାନ’ର ସମ୍ମିଶ୍ରଣ ହୋଇଛି ଓ ‘କାଳିଆ’ ଯୋଜନାରେ ଏଣିକି ମାତ୍ର ୪ ହଜାର ଟଙ୍କା ବାର୍ଷିକ ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଏଭଳି କରି ରାଜ୍ୟ ନିଜର ଆର୍ଥିକ ଚାପ କମାଇବାକୁ ଉଦ୍ୟମ କରିଛି।

ସେହିପରି ଗର୍ଭବତୀଙ୍କ ପାଇଁ ୨୦୧୧ ମସିହାରୁ କାର୍ଯ୍ୟକାରୀ କରୁଥିବା ନିଜର ମହାତ୍ୱାକାଂକ୍ଷୀ ଯୋଜନା ‘ମମତା’ ଯୋଜନା ପରିବର୍ତ୍ତେ ‘ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା’କୁ ଚଳିତମାସରୁ ରାଜ୍ୟରେ ଆଂଶିକ ଭାବେ ଲାଗୁ କରିଥିବା ଜଣାପଡ଼ିଛି। ଯଦିଓ ମମତା ଯୋଜନା ସମଗ୍ର ଦେଶ ପାଇଁ ରୋଲ୍ ମଡେଲ୍ ବୋଲି ଓଡ଼ିଶା ସରକାର କହୁଥିଲେ, କିନ୍ତୁ କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ସ୍ମ୍ମୃତି ଇରାନୀ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ଓଡ଼ିଶାର ୭ଜଣ ମହିଳା ‘ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା’ରୁ ଲାଭାନ୍ୱିତ ହୋଇଛନ୍ତି । ସମଗ୍ର ଦେଶରେ ୧.୨୮କୋଟି ମହିଳା ଉପକୃତ ହେଲେଣି।
ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ପାଇଁ ୩.୨୬କୋଟି ହିତାଧିକାରୀଙ୍କୁ ସାମିଲର ପ୍ରାବଧାନ ଥିବା ସତ୍ତେ୍ୱ ଓଡ଼ିଶା ସରକାର ଏବେ ଏଥିରେ ୩.୩୪କାଟି(୯୩.୨୮ଲକ୍ଷ ପରିବାର)କୁ ସାମିଲ କରିସାରିଛନ୍ତି। ଏପଟେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରୁ ହିତାଧିକାରୀଙ୍କ ସଂଖ୍ୟାକୁ ୨୪.୯୮ଲକ୍ଷରୁ ହ୍ରାସ କରି ୧୨.୭୦ଲକ୍ଷରେ ସୀମିତ କରିଛନ୍ତି । ଉଭୟ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ସରକାର ୧ଟଙ୍କାରେ ୨୫କିଲୋ ଚାଉଳ ଯୋଗାଉଛନ୍ତି । ଏଥିପାଇଁ ବାର୍ଷିକ ୧୦୨୮ କୋଟି ଟଙ୍କା ବ୍ୟୟ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story