ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଥିଲେ ଏଣିକି ସାବଧାନ। ସରକାରଙ୍କ ଆଖିରେ ଧୂଳି ଦେଇ ଏପରି କାରବାର ଚଲାଇବା କଷ୍ଟକର ହୋଇପଡ଼ିବ।  ଏହା ଉପରେ ରୋକ ଲଗାଇବାକୁ  ନିୟମକୁ କଡ଼ାକଡ଼ି କରିଛି ପରିବହନ ବିଭାଗ । ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ମଧ୍ୟ ଚେତାଇ ଦିଆଯାଇଛି। ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ହିଁ ଭଡ଼ାରେ […]

car

car

Niharika Rout
  • Published: Tuesday, 29 September 2020
  • Updated: 29 September 2020, 08:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଥିଲେ ଏଣିକି ସାବଧାନ। ସରକାରଙ୍କ ଆଖିରେ ଧୂଳି ଦେଇ ଏପରି କାରବାର ଚଲାଇବା କଷ୍ଟକର ହୋଇପଡ଼ିବ।  ଏହା ଉପରେ ରୋକ ଲଗାଇବାକୁ  ନିୟମକୁ କଡ଼ାକଡ଼ି କରିଛି ପରିବହନ ବିଭାଗ । ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ମଧ୍ୟ ଚେତାଇ ଦିଆଯାଇଛି।

ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ହିଁ ଭଡ଼ାରେ ଲାଗି ପାରିବ । ଏଭଳି ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବା ବେଳେ ତା ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥାଏ  । ଗାଡ଼ିର ସବୁ କାଗଜପତ୍ର ଠିକ୍ ଥିବା ଦରକାର  ।

ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କ ଅଫିସ ଏବଂ PSU କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ । ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ମାମଲା ରୁଜୁ କରାଯିବ ସହିତ ମାଲିକଙ୍କ ନାଁରେ ଇ-ଚାଲାଣ କରାଯିବ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos