ବାଟମାରଣା ରୋକିବା ପାଇଁ ଟ୍ରକରେ ଲଗିବ ଜିପିଏସ

ଭୁବନେଶ୍ୱର: ଯୋଗାଣ ବିଭାଗ ଓ ସମବାୟ ବିଭାଗର ନୂଆ ପଦକ୍ଷେପ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବାଟମାରଣା ରୋକିବା ପାଇଁ ଏଣିକି ଟ୍ରକରେ ଲଗାଯିବ ଜିପିଏସ। ଚାଉଳ ଗ୍ରହଣ ବେଳେ ସମ୍ପୃକ୍ତ ଡିଲର ଓଜନ କରି ନେବେ। ଏଥିସହ ଲୋକଙ୍କୁ ଯେପରି ଠିକ୍ ଓଜନର ଚାଉଳ ମିଳିବ ତାହା ଡିଲରଙ୍କ ଦାୟିତ୍ୱ ରହିବ। ଅନ୍ୟପଟେ ଧାନ ଉଠାଉଥିବା ମିଲରମାନେ ଠିକ ସମୟରେ ଚାଉଳ ନଦେଲେ ତାଙ୍କ ମିଲ୍‌କୁ କଳାତାଲିକାଭୁକ୍ତ କରାଯିବ ବୋଲି ଖାଦ୍ୟ ଯୋଗାଣ […]

suryapatra

Rakesh Mallick
  • Published: Saturday, 10 June 2017
  • , Updated: 10 June 2017, 08:27 PM IST

ଭୁବନେଶ୍ୱର: ଯୋଗାଣ ବିଭାଗ ଓ ସମବାୟ ବିଭାଗର ନୂଆ ପଦକ୍ଷେପ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ବାଟମାରଣା ରୋକିବା ପାଇଁ ଏଣିକି ଟ୍ରକରେ ଲଗାଯିବ ଜିପିଏସ। ଚାଉଳ ଗ୍ରହଣ ବେଳେ ସମ୍ପୃକ୍ତ ଡିଲର ଓଜନ କରି ନେବେ। ଏଥିସହ ଲୋକଙ୍କୁ ଯେପରି ଠିକ୍ ଓଜନର ଚାଉଳ ମିଳିବ ତାହା ଡିଲରଙ୍କ ଦାୟିତ୍ୱ ରହିବ। ଅନ୍ୟପଟେ ଧାନ ଉଠାଉଥିବା ମିଲରମାନେ ଠିକ ସମୟରେ ଚାଉଳ ନଦେଲେ ତାଙ୍କ ମିଲ୍‌କୁ କଳାତାଲିକାଭୁକ୍ତ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଏଥିସହ ଚାଷୀଙ୍କ ଖାତାରେ ସିଧାସଳଖ ଟଙ୍କା ପୈଠ କରାଯିବା ସହ ବିଭିନ୍ନ ସମୟରେ ଗୋଦାମଗୁଡିକ ଉପରେ ଚଢଉ କରାଯିବ। ସମବାୟ ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କ ଦିଆଯାଉଥିବା ଋଣ ଉପରେ ସ୍ୱଚ୍ଛତା ଅଣାଯିବ। ଏଥିପାଇଁ ଋଣକାରୀଙ୍କ ନାମ କମ୍ପ୍ୟୁଟରରେ ପଞ୍ଜିକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related story