ରାଜ୍ୟ ସରକାରଙ୍କୁ ଅଧ୍ୟାପକଙ୍କ ସମସ୍ୟା ଚିନ୍ତା, ଗଠନ ହେଲା ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ୱର: ୪୮୮ ଓ ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରବିବାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି।  ୫ଜଣ ମନ୍ତ୍ରୀଙ୍କୁ ଗଠନ ହୋଇଛି ଏହି କମିଟି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବୈଷୟିକ ଶିକ୍ଷାମନ୍ତ୍ରୀ ସଞ୍ଜୟ ଦାସବର୍ମା, ଆଇନ‌ ମନ୍ତ୍ରୀ ଅରୁଣ ସାହୁ ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଅଛନ୍ତି। ଆସନ୍ତାକାଲି […]

secretariat

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 05:07 PM IST

ଭୁବନେଶ୍ୱର: ୪୮୮ ଓ ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରବିବାର ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି।  ୫ଜଣ ମନ୍ତ୍ରୀଙ୍କୁ ଗଠନ ହୋଇଛି ଏହି କମିଟି। ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟିରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବୈଷୟିକ ଶିକ୍ଷାମନ୍ତ୍ରୀ ସଞ୍ଜୟ ଦାସବର୍ମା, ଆଇନ‌ ମନ୍ତ୍ରୀ ଅରୁଣ ସାହୁ ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଅଛନ୍ତି। ଆସନ୍ତାକାଲି ଦିନ ୧୧ଟାରେ ସଚିବାଳୟରେ ଏହି କମିଟିର ବୈଠକ ବସିବ। ଏଥିରେ ଅଧ୍ୟାପକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସମାଧାନର ବାଟ ବାହାର କରାଯିବା ଆଶା କରାଯାଉଛି।

ସୂଚନାଯୋଗ୍ୟ, ନିଖିଳ ଓଡ଼ିଶା ୬୬୨ ଓ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ସମିତି ପୂର୍ବରୁ ଦୁଇ ଦଫା ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବାସଭବନ ଘେରାଉ କରିଥିଲେ। ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ଦାବି ପୂରଣ ନ ହେଲେ ପରୀକ୍ଷା ଓ ଖାତା ମୂଲ୍ୟାୟନ ବର୍ଜନ କରିବାକୁ ଧମକ ଦେଇଥିଲେ ସେମାନେ। ଆସନ୍ତା ଫେବୃଆରୀ ୧୬ ଓ ମାର୍ଚ୍ଚ ୨ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୩ ଓ ଯୁକ୍ତ ୨ ପରୀକ୍ଷାକୁ ବର୍ଜନ କରିବୁ ଅଧ୍ୟାପକମାନେ ଚେତାବନୀ ଦେଇଥିଲେ। ନିଖିଳ ଓଡ଼ିଶା ୬୬୨(ଯୁକ୍ତ ୨ ଓ ଯୁକ୍ତ ୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗରେ ଆନ୍ଦୋଳନ ଜାରି ରହିଛି। ସେହିପରି ୧୬-୧୭ ମସିହା ଆର୍ଥିକ ବଜେଟ‌ରେ ପୂର୍ଣ୍ଣ ଅନୁଦାନ ପାଇଁ ଅର୍ଥ ବ୍ୟବସ୍ଥା କରିବା ଓ ଯୋଗ୍ୟତା ଦିନଠାରୁ ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ନିର୍ଦ୍ଦେଶାନାମା ଜାରି କରିବା ଦାବି ନେଇ ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜ ବ୍ଲକଗ୍ରାଣ୍ଟ ଅଧ୍ୟାପକ-କର୍ମଚାରୀ ସମନ୍ୱୟ ସମିତି ନିଜ ଜିଦ୍‌ରେ ଅଟଳ ରହିଛି।

Related story