ରାସ୍ତାରେ ଅଟକାଇଲେ, ଖଣ୍ଡାରେ ହାଣିଲେ

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜ଼ିଲ୍ଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡି ଗାଁ ନିକଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଭୟ ପାଟୁଆଳସିଂହ। ତାଙ୍କ ଘର ଛୋଟିଯୋଡି ଗାଁରେ। ଅଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଅଭୟ ମନ୍ଦାରବସ୍ତ ବଜ଼ାରରୁ ବାଇକ୍‌ ଯୋଗେ ଘରୁ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଛୋଟିଯୋଡି ଗାଁ ନିକଟରେ ତାଙ୍କୁ ଅଟକାଇ ଖଣ୍ଡାରେ ଅକ୍ରମଣ କରିଥିଲେ। ଅଭୟ ଜୀବନ […]

shutterstock_

Tapaswini Nayak
  • Published: Monday, 01 June 2020
  • , Updated: 01 June 2020, 01:18 PM IST

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): ପୁରୀ ଜ଼ିଲ୍ଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡି ଗାଁ ନିକଟରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ତାଙ୍କ ନାଁ ଅଭୟ ପାଟୁଆଳସିଂହ। ତାଙ୍କ ଘର ଛୋଟିଯୋଡି ଗାଁରେ। ଅଭୟଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ଅଭୟ ମନ୍ଦାରବସ୍ତ ବଜ଼ାରରୁ ବାଇକ୍‌ ଯୋଗେ ଘରୁ ଫେରୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଛୋଟିଯୋଡି ଗାଁ ନିକଟରେ ତାଙ୍କୁ ଅଟକାଇ ଖଣ୍ଡାରେ ଅକ୍ରମଣ କରିଥିଲେ। ଅଭୟ ଜୀବନ ବିକଳେ ନିଜ ଘରକୁ ଦୌଡ଼ି ପଳାଇ ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Related story