ଜିଆରପିଙ୍କୁ ଭୁଜାଲିରେ ଆକ୍ରମଣ

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବାମଡ଼ା ରେଳ ଷ୍ଟେସନର ଜଣେ ଜିଆରପିଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଜିଆରପି ପର୍ଶୁରାମ ବିଭୋର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ପର୍ଶୁରାମଙ୍କୁ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଲୋକମାନେ ଜଣଙ୍କୁ କାବୁ କରିଥିଲେ। ଉକ୍ତ ଯୁବକଙ୍କୁ ଜିଆରପି ଅଫିସରେ ଅଟକ ରଖାଯାଇଛି। ତାଙ୍କ ନାଁ ନାରାୟଣ ଡାକୁଆ। ତାଙ୍କ ଘର ବ୍ରହ୍ମପୁରରେ। ଫେରାର ହୋଇ […]

uuu00

Tapaswini Nayak
  • Published: Wednesday, 23 October 2019
  • , Updated: 23 October 2019, 02:37 PM IST

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ବାମଡ଼ା ରେଳ ଷ୍ଟେସନର ଜଣେ ଜିଆରପିଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଜିଆରପି ପର୍ଶୁରାମ ବିଭୋର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ବୃତ୍ତମାନେ ପର୍ଶୁରାମଙ୍କୁ ଆକ୍ରମଣ କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଲୋକମାନେ ଜଣଙ୍କୁ କାବୁ କରିଥିଲେ। ଉକ୍ତ ଯୁବକଙ୍କୁ ଜିଆରପି ଅଫିସରେ ଅଟକ ରଖାଯାଇଛି। ତାଙ୍କ ନାଁ ନାରାୟଣ ଡାକୁଆ। ତାଙ୍କ ଘର ବ୍ରହ୍ମପୁରରେ। ଫେରାର ହୋଇ ଯାଇଥିବା ଅନ୍ୟ ଜଣେ ଦୁର୍ବୃତ୍ତ ନାଁ ସମ୍ବୁ ବୋଲି ଜଣାପଡ଼ିଛି। ତାଙ୍କ ଘର ଭୁବନେଶ୍ୱରରେ।

ପର୍ଶୁରାମ ଉଭୟଙ୍କୁ ପଚରାଉଚରା କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ଉଭୟ ଗଞ୍ଜେଇ ନେଇ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Related story