ଗୃହମନ୍ତ୍ରୀଙ୍କୁ ମାଓ ଦମନ ଲାଗି ୨ଟି ହେଲିକପ୍ଟର ଦାବି କଲେ ମୁଖମନ୍ତ୍ରୀ

ଭୁବନେଶ୍ୱର: ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଶୁକ୍ରବାର ଭେଟିଛନ୍ତି। ଦିନ ପ୍ରାୟ ସାଢେ଼ ୧୧ଟାରେ ନବୀନ ନର୍ଥ ବ୍ଲକ ସ୍ଥିତ ରାଜନାଥ ସିଂହଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ନବୀନ ରାଜନାଥଙ୍କୁ ରାଜ୍ୟରେ ମାଓବାଦୀ ମୁକାବିଲା ଅଭିଯାନ ପାଇଁ ଆଉ ୨ଟି ହେଲିକପ୍ଟର ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହାସହ ଗୁରୁପ୍ରିୟା ସେତୁ ପାଇଁ ବକେୟା ୧୪୨ କୋଟି […]

naveen

naveen

Rakesh Mallick
  • Published: Friday, 12 June 2015
  • Updated: 12 June 2015, 09:13 AM IST

Sports

Latest News

ଭୁବନେଶ୍ୱର: ୫ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଶୁକ୍ରବାର ଭେଟିଛନ୍ତି। ଦିନ ପ୍ରାୟ ସାଢେ଼ ୧୧ଟାରେ ନବୀନ ନର୍ଥ ବ୍ଲକ ସ୍ଥିତ ରାଜନାଥ ସିଂହଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ନବୀନ ରାଜନାଥଙ୍କୁ ରାଜ୍ୟରେ ମାଓବାଦୀ ମୁକାବିଲା ଅଭିଯାନ ପାଇଁ ଆଉ ୨ଟି ହେଲିକପ୍ଟର ଯୋଗାଇ ଦେବାକୁ ଦାବି କରିଛନ୍ତି । ଏହାସହ ଗୁରୁପ୍ରିୟା ସେତୁ ପାଇଁ ବକେୟା ୧୪୨ କୋଟି ଟଙ୍କା ଅର୍ଥ ପ୍ରଦାନ, ସେଣ୍ଟ୍ରାଲ ଆର୍ମଡ ଫୋର୍ସରେ ଆଉ ଏକ ବାଟାଲିୟନ ଦାବି କରିଛନ୍ତି । ସେହିପରି ଏସଆରଇରେ ଅଧିକ ସହାୟତା ଯୋଗାଇ ଦେବା, ମାଓବାଦୀ ପ୍ରବଣ ଅଞ୍ଚଳରେ ଟେଲି ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ ରାଜନାଥଙ୍କ ସହ ଆଲୋଚନା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos