ଶ୍ରୀକ୍ଷେତ୍ର ଶ୍ୱେତଗଙ୍ଗାରେ ବୁଡ଼ି ହବିଷ୍ୟାଳିଙ୍କ ମୃତ୍ୟୁ!

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ଏହା ଭିତରେ ଶ୍ରୀକ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର। ଶ୍ୱେତଗଙ୍ଗାରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଉଦ୍ଧାର କରିଛି। ମାତ୍ର ତାଙ୍କର ପରିଚୟ ମିଳିପାରିନି। ତେବେ ମୃତ ମହିଳା ଜଣେ ହବିଷ୍ୟାଳି ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ପ୍ରଥମ ସୋମବାର ଥିବାରୁ ହବିଷ୍ୟାଳି ଓ […]

death

death

Manoranjan Sial
  • Published: Monday, 14 October 2019
  • Updated: 14 October 2019, 09:58 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ଏହା ଭିତରେ ଶ୍ରୀକ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର। ଶ୍ୱେତଗଙ୍ଗାରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଉଦ୍ଧାର କରିଛି। ମାତ୍ର ତାଙ୍କର ପରିଚୟ ମିଳିପାରିନି। ତେବେ ମୃତ ମହିଳା ଜଣେ ହବିଷ୍ୟାଳି ହୋଇଥିବା ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ପ୍ରଥମ ସୋମବାର ଥିବାରୁ ହବିଷ୍ୟାଳି ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ଶ୍ରୀକ୍ଷେତ୍ରରେ। ରାଇ ଦାମୋଦର ପୂଜା ସହିଦ ଶ୍ରୀଜିଉଙ୍କ ଆଶିଷ ନେଇଛନ୍ତି ହବିଷ୍ୟାଳି ଓ ଶ୍ରଦ୍ଧାଳୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲେଓ୍ୱ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳୀ ସ୍ଥାୟୀ ଆଶ୍ରୟ ସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ।

ସେପଟେ ହବିଷ୍ୟାଳିମାନଙ୍କୁ ଶିବିରରେ ସମସ୍ତ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସେବନର ମଧ୍ୟ ସୁବିଧା ଯୋଗାଇ ଦିଆଯାଇଛି। ଏଥିସହ ସେଠାରେ ତୁଳସୀ ଚୌରା, ପୂଜାସ୍ଥାନ ଓ ଭାଗବତ ପାରାୟଣ ପାଠର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ତା’ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଦମକଳ ବାହିନୀ ଓ ପୋଲିସ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପାଇଁ ୨୪ ଘଣ୍ଟିଆ ଡାକ୍ତର ଓ ଆମ୍ବୁଲାନସ ମହଜୁଦ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos