ମୁଁ ତାଙ୍କ ଦ୍ୱିତୀୟ ପତ୍ନୀ କହୁଛି, ଜିତେନ୍ଦ୍ର ଚଳାଉଥିଲା ସେକ୍ସ ରାକେଟ୍‌

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର):ପୁରୀର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କନଷ୍ଟେବଳଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ୍‌ ଅଭିଯୋଗ। ସମ୍ପୃକ୍ତ କନଷ୍ଟେବଳ ଚଲାଉଥିଲେ ସେକ୍ସରାକେଟ୍‌। ଏମିତି ଏକ ଅଭିଯୋଗ ଜିତେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ଦାବି କରୁଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଜିତେନ୍ଦ୍ର ତାଙ୍କ ପ୍ରଥମ ପତ୍ନୀ ସହ ମିଶି ସେକ୍ସରାକେଟ୍‌ ଚାଳାଉଥିଲେ। ଏଥିପାଇଁ ସେ ବହୁ ପଇସା କମାଉଥିଲେ। ତାଙ୍କ ପ୍ରଥମ ପତ୍ନୀ ବି ପୁଲିସରେ […]

490

Tapas Behera
  • Published: Thursday, 05 December 2019
  • , Updated: 05 December 2019, 04:57 PM IST

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର):ପୁରୀର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କନଷ୍ଟେବଳଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ୍‌ ଅଭିଯୋଗ। ସମ୍ପୃକ୍ତ କନଷ୍ଟେବଳ ଚଲାଉଥିଲେ ସେକ୍ସରାକେଟ୍‌।

ଏମିତି ଏକ ଅଭିଯୋଗ ଜିତେନ୍ଦ୍ରଙ୍କ ଦ୍ୱିତୀୟ ପତ୍ନୀ ଦାବି କରୁଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ ଜିତେନ୍ଦ୍ର ତାଙ୍କ ପ୍ରଥମ ପତ୍ନୀ ସହ ମିଶି ସେକ୍ସରାକେଟ୍‌ ଚାଳାଉଥିଲେ। ଏଥିପାଇଁ ସେ ବହୁ ପଇସା କମାଉଥିଲେ। ତାଙ୍କ ପ୍ରଥମ ପତ୍ନୀ ବି ପୁଲିସରେ ଚାକିରି କରିଛନ୍ତି। ତେଣୁ ତାଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଉ। ଜିତେନ୍ଦ୍ର ଏବେ ଗିରଫ ହେବା ପରେ ସେ ଏବେ ବହୁ ଖୁସିଥିବା କହିଛନ୍ତି।

ତାଙ୍କୁ ଫାଶୀ ଦଣ୍ଡଦିଆଯାଉ ବୋଲି ସେ ଦାବି କରିଛନ୍ତି। ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜିତେନ୍ଦ୍ରଙ୍କୁ ପୂର୍ବରୁ କନଷ୍ଟେବଳ ଚାକିରିରୁ ବହିସ୍କୃତ କରାଯାଇଛି। ସୂଚନା ଅନୁଯାୟୀ, ଦୁଷ୍କର୍ମର ଶିକାର ପୀଡ଼ିତାଙ୍କ ଏତଲା ପରେ ଗିରଫ ହୋଇଥିଲେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ଜୀତେନ୍ଦ୍ର ସେଠୀ ଓ ସହଯୋଗୀ ରାଜେଶ ସେଠୀ ।

Related story