ଶ୍ରୀମନ୍ଦିର ସମ୍ମୁଖରେ ଅଭାବନୀୟ ଘଟଣା, ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁର ମୁଣ୍ଡ 

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସାମ୍ନାରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର ସାମ୍ନା ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁ। ବ୍ୟାରିକେଡ୍ ଲୁହା ରଡ୍ ଫାଙ୍କରେ ମୁଣ୍ଡ ପୂରାଇ ଫସି ଗଲା ୪ ବର୍ଷର ଶିଶୁ କନ୍ୟା। ପ୍ରାୟ ୨୦ ମିନିଟ୍‌ର ଅପରେଶନ୍‌ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଭବାନୀପାଟଣା ଟାଉନ୍‌ର ବ୍ୟବସାୟୀ ରାମନାରାୟଣ ରଥ। ଆଜି ସେ ସପରିବାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ନିର୍ଦ୍ଧାରିତ ସମୟରେ ଶ୍ରୀବନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ […]

puri

Tapas Behera
  • Published: Saturday, 03 April 2021
  • , Updated: 03 April 2021, 08:00 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସାମ୍ନାରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର ସାମ୍ନା ଚପଲ ଷ୍ଟାଣ୍ଡ ବାରିକେଡରେ ଫସିଗଲା ଶିଶୁ। ବ୍ୟାରିକେଡ୍ ଲୁହା ରଡ୍ ଫାଙ୍କରେ ମୁଣ୍ଡ ପୂରାଇ ଫସି ଗଲା ୪ ବର୍ଷର ଶିଶୁ କନ୍ୟା। ପ୍ରାୟ ୨୦ ମିନିଟ୍‌ର ଅପରେଶନ୍‌ ପରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଭବାନୀପାଟଣା ଟାଉନ୍‌ର ବ୍ୟବସାୟୀ ରାମନାରାୟଣ ରଥ। ଆଜି ସେ ସପରିବାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ନିର୍ଦ୍ଧାରିତ ସମୟରେ ଶ୍ରୀବନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରାମନାରାୟଣ ଓ ତାଙ୍କ ପୂରା ପରିବାର ଆନନ୍ଦବଜାରରେ ଅବଢ଼ା ସେବନ କରିଥିଲେ। ପରେ ସେ ମୋବାଇଲ ଷ୍ଟାଣ୍ଡ ଯାଇ ମୋବାଇଲ ଆଣୁଥିଲେ। ଠିକ ସେହି ସମୟରେ ବ୍ୟାରିକେଡ୍‌ ଭିତରେ ଅଜାଣତରେ ମୁଣ୍ଡ ଗଳାଇ ଦେଇଥିଲା ତାଙ୍କ କୁନି ଝିଅ। ରାମନାରାୟଣ ମୁହଁ ଫେରାଇ ଦେଖିବା ବେଳକୁ ସ୍ଥିତି ସାଂଘାତିକ ହୋଇଛି।

ଛୁଆଟି ବ୍ୟାରିକେଡ୍‌ର ଭିତରୁ ଆଉ ମୁଣ୍ଡ କାଢ଼ି ନପାରି ବିକଳରେ କାନ୍ଦୁଥିଲେ। ଝିଅର ଏପରି ଅବସ୍ଥା ଦେଖି କେବଳ ବାପା-ମାଆ ନୁହନ୍ତି, ବରଂ ସେଠାରେ ଉପସ୍ଥିତ ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଏହା ପିଲାଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା କସରତ। ପ୍ରାୟ ୨୦ ମିନିଟର ସଂଘର୍ଷ ପରେ କଟରରେ ଲୁହା ପାଇପ କାଟି ଛୁଆଟିକୁ ଉଦ୍ଧାର କରିଥିଲେ ଶ୍ରୀମନ୍ଦିର କର୍ମଚାରୀ, ସ୍ଥାନୀୟ ପୁଲିସ ଓ ପ୍ରତ୍ୟକ୍ଷଦର୍ଶୀ। ସେତେବେଳକୁ ଭୟ, କୋହ ଓ ଲୁହରେ ଭିଜି ସାରିଥିଲେ ରାମ ନାରାୟଣଙ୍କ ପରିବାର।

Related story