ଭେଣ୍ଟିଲେଟରରେ ବିଜେଡି ନେତା ସୁବାସ ଚୌହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। କର୍କଟ ରୋଗରେ ପୀଡ଼ିତ ସୁବାସ ଭେଣ୍ଟିଲେଟରରେ ଅଛନ୍ତି। ସୁବାସ  କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ପ୍ରଥମେ ଆଇସିୟୁ ଏବଂ ପରେ ଭେଣ୍ଟିଲେଟରରେ ରଖାଯାଇଛି । ସୂଚନା ଅନୁଯାୟୀ, ସୁବାସ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍)ରେ ପ୍ରାୟ […]

890-1

890-1

Tapas Behera
  • Published: Thursday, 07 May 2020
  • Updated: 07 May 2020, 06:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। କର୍କଟ ରୋଗରେ ପୀଡ଼ିତ ସୁବାସ ଭେଣ୍ଟିଲେଟରରେ ଅଛନ୍ତି। ସୁବାସ  କିଛି ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ପ୍ରଥମେ ଆଇସିୟୁ ଏବଂ ପରେ ଭେଣ୍ଟିଲେଟରରେ ରଖାଯାଇଛି ।

ସୂଚନା ଅନୁଯାୟୀ, ସୁବାସ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ୍)ରେ ପ୍ରାୟ ୩୦ ବର୍ଷ ହେଲା କାମ କରିଛନ୍ତି। ଏମିତିକି ସେ ସଂଘ ପ୍ରଚାରକ ଭାବରେ କାମ କରି ହିନ୍ଦୁ ଜାଗରଣ ସାମ୍ମୁଖ୍ୟ, ବଜରଙ୍ଗ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଛନ୍ତି।

ପରେ ସେ ରାଜନୀତିରେ ପାଦ ଥାପି ବିଜେପିରେ ସାମିଲ ହୋଇଥିଲେ। ୨୦୧୪ ନିର୍ବାଚନରେ ସେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ୩ ଲକ୍ଷ ୭୨ ହଜାର ଭୋଟ ପାଇଥିଲେ। ତେବେ ତାଙ୍କୁ ଷଡଯନ୍ତ୍ର କରି ହରାଇ ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଥିଲେ। ପରେ ବିଜେପି ଛାଡ଼ି ସେ ବିଜେଡିରେ ଯୋଗ ଦେଇଥିଲେ। ଏହା ପରେ ବିଜେଡି ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos