ଓଡ଼ିଶାରେ ‘ନିପା’ ଭାଇରସ୍‌ କେବଳ ଗୁଜବ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ନିପା’ ଭାଇରସ୍‌ ନାହିଁ ଓ ଏହା କେବଳ ଏକ ଗୁଜବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବାଲେଶ୍ୱରର ଭୋଗରାଇ ଅଂଚଳରୁ ୮ଜଣ ରୋଗୀ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ରହିଥିବାବେଳେ ଏ ସମ୍ପର୍କରେ ଆଜି ସଚିବାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଗୋଆରେ କାମ କରି ଘରକୁ ଫେରିଥିବା ଭୋଗରାଇ ଅଂଚଳର କିଛି ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। […]

pratap-1

pratap-1

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 06:09 PM IST

Sports

Latest News

ଭୁବନେଶ୍ୱର :(ଓଡ଼ିଶା ରିପୋର୍ଟର): ରାଜ୍ୟରେ ‘ନିପା’ ଭାଇରସ୍‌ ନାହିଁ ଓ ଏହା କେବଳ ଏକ ଗୁଜବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ବାଲେଶ୍ୱରର ଭୋଗରାଇ ଅଂଚଳରୁ ୮ଜଣ ରୋଗୀ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ରହିଥିବାବେଳେ ଏ ସମ୍ପର୍କରେ ଆଜି ସଚିବାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଗୋଆରେ କାମ କରି ଘରକୁ ଫେରିଥିବା ଭୋଗରାଇ ଅଂଚଳର କିଛି ପିଲା ଅସୁସ୍ଥ ହୋଇପଡ଼ିଛନ୍ତି।

ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ସେମାନେ ‘ନିପା’ ଭାଇରସରରେ ଆକ୍ରାନ୍ତ ବୋଲି ଗୁଜବ ପ୍ରଚାର ହୋଇଛି। କିନ୍ତୁ ସେ ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ, ସମସ୍ତ ପରୀକ୍ଷାନିରୀକ୍ଷା ପରେ ସେମାନଙ୍କ ଶରୀରରେ ‘ନିପା’ ଭାଇରସ୍‌ କୌଣସି ଲକ୍ଷଣ ଜଣାପଡ଼ିନାହିଁ। ଡାକ୍ତରମାନେ ସେଠାରେ ସେମାନଙ୍କୁ ଡେଙ୍ଗୁ ଓ ସ୍ୱାଇନ୍‌ଫ୍ଲୁ ପାଇଁ ପରୀକ୍ଷା କରିଥିଲେ। ସେଥିରୁ କିଛି ମିଳିନାହିଁ। ଏହି ସମସ୍ତ ୮ଜଣ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏସ୍‌ସିବି ମେଡିକାଲ କଲେଜର ଡାକ୍ତରମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ରାଜ୍ୟ ସରକାର ଏହି ପିଲାମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos