୨୬କୁ ଘୁଞ୍ଚିଲା ଦିଲୀପ ରାୟଙ୍କ ଦଣ୍ଡବିଧାନ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଛି। ତେବେ ଏହି ମାମଲାରେ ସମସ୍ତ ଦୋଷୀକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ହାଜର ହେବାକୁ କୁହାଯାଇଛି। ଦିଲୀପଙ୍କ ସମେତ ୩ ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ […]

dilip

Ranjit Kumar Jena
  • Published: Wednesday, 14 October 2020
  • , Updated: 14 October 2020, 11:41 AM IST

ନୂଆଦିଲ୍ଲୀ: କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ ତାରିଖକୁ ଘୁଞ୍ଚିଛି। ତେବେ ଏହି ମାମଲାରେ ସମସ୍ତ ଦୋଷୀକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ୍-୧୯ ପ୍ରତିଷେଧକ ସହ ହାଜର ହେବାକୁ କୁହାଯାଇଛି। ଦିଲୀପଙ୍କ ସମେତ ୩ ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ। ଝାଡ଼ଖଣ୍ଡର ଏକ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ସେତେବେଳେ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ। ସେହିପରି କାଷ୍ଟନ୍ ଟେକନୋଲଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି।

୧୯୯୯ ମସିହାରେ ଦିଲୀପ ରାୟ ତତ୍କାଳୀନ ଏନଡିଏ ସରକାରରେ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲ॥ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି NDAର ଅଂଶୀଦାର ଥିଲା। ବିଜେଡିରୁ ଏନଡିଏ ସରକାରରେ ମନ୍ତ୍ରୀ ହୋଇଥିଲେ।

Related story