ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ପ୍ରତ୍ୟେକ ଦିନ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେଉଛି। ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ।
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ କାଳବୈଶାଖୀ ବର୍ଷା ଯୋଗୁ ଲୋକେ ଟିକେ ଆଶ୍ୱସ୍ତି ଅନୁଭବ କରୁଛନ୍ତି। ଗତକାଲି ୧୦ଟି ସହରର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ୪୨.୬ ଡିଗ୍ରୀ ସହ ଝାରସୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।
ଅନ୍ୟପକ୍ଷରେ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଆସନ୍ତା ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେରଳ ଛୁଇଁବାର ଏକ ସପ୍ତାହ କିମ୍ବା ତା’ଠାରୁ କମ୍ ସମୟ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁପାରେ। ଏଥର ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ
ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।
Crime
ହଣାହଣି ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟ; ଉଭୟ ମେଡ଼ିକାଲ୍ରେ
ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।
Accident
ବାଇକ୍କୁ ଧକ୍କା ଦେଲା କାର୍: ଶାଶୁ ମୃତ, ଜ୍ୱାଇଁ ଗୁରୁତର
କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା।
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।