ରାତିରେ ବର୍ଷିବ, ଘଡ଼ଘଡ଼ି ବି ମାରିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ କୁଆ ପଥର ମାଡ଼ ସହ ବର୍ଷା ହେବ। ଘଡଘଡ଼ି ବି ମାରିବ। ଏଥିପାଇଁ ୫ ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପ୍ରବଳ ବେଗରେ ପବନ ବୋହିବ। ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ। ସେଥିପାଇଁ କନ୍ଧମାଳ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା […]

rain-2-e1444738973104

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 09:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାତିରେ କୁଆ ପଥର ମାଡ଼ ସହ ବର୍ଷା ହେବ। ଘଡଘଡ଼ି ବି ମାରିବ। ଏଥିପାଇଁ ୫ ଜିଲ୍ଲାକୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବା ସହିତ ପ୍ରବଳ ବେଗରେ ପବନ ବୋହିବ। ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିବ। ସେଥିପାଇଁ କନ୍ଧମାଳ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଯଦି ଏହି ସମୟରେ ଆପଣ ବା ଆପଣଙ୍କ ସମ୍ପର୍କୀୟ କେହି ଘରଠାରୁ ବାହାରେ ରହିଥାଆନ୍ତି, ତାହାହେଲେ ସେମାନେ ରାତି ୧୨ଟା ପୂର୍ବରୁ ଫେରିଆସନ୍ତୁ। ନହେଲେ ଝଡ଼ ତୋଫାନରେ ସମ୍ମୁଖୀନ ହୋଇପାରନ୍ତି।

Related story