‍ଫୋନି ପ୍ରଭାବରେ ‍ଗୋପାଳପୁରରେ ପ୍ରବଳ ବର୍ଷା ଓ ପବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ କେଇ ଘଣ୍ଟା ପରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ଫୋନି’। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ସଦ୍ୟ ସୂଚନା ଅନୁଯାୟୀ, ଏଠାରେ ୧୬୦ ମିଲିମିଟର ବର୍ଷା ହୋଇଥିବା ବେଳେ […]

rain1

Jitendra Garnayak
  • Published: Friday, 03 May 2019
  • , Updated: 03 May 2019, 08:13 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ କେଇ ଘଣ୍ଟା ପରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ଫୋନି’। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ସଦ୍ୟ ସୂଚନା ଅନୁଯାୟୀ, ଏଠାରେ ୧୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି ୧୦୫ କିଲୋମିଟର ବେଗରେ ପବନ ବହୁଛି।

‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏଠାରେ ମଧ୍ୟ ବର୍ଷା ଜାରି ରହିଛି। ଏଯାବତ୍ ଏଠାରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଏଠାରେ ପବନର ବେଗ ଘଣ୍ଟାପ୍ରତି ୭୦ କିମି ରହିଛି।

ଭୁବନେଶ୍ୱରରେ ମଧ୍ୟ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଏଠାରେ ୫୦ ମିଲିମିଟର ବର୍ଷା ହୋଇଛି। ଚାନ୍ଦବାଲିରେ ୩୧ ମିଲିମିଟର ଓ ପାରାଦୀପରେ ୨୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

କଟକ, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ବି ବର୍ଷା ହୋଇଛି। ‘ଫୋନି’ ପାଖେଇ ଆସିବା ସହିତ ବର୍ଷାର ପରିମାଣ ବଢ଼ିବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଉଥିବା ଖବର ଆସୁଛି।

ଚିଲିକାରେ ଘଣ୍ଟାପ୍ରତି ୯୦ କିମି ବେଗରେ ପବନ ବହୁଥିବା ନେଇ ନୌସେନା ମୁଖପାତ୍ର ସୂଚନା ଦେଇଛନ୍ତି। ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବା ବେଳେ ଏଠାରେ ଘଣ୍ଟାପ୍ରତି ୧୫୦ କିମି ବେଗରେ ବହିବା ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ‘ଫୋନି’ ଘଣ୍ଟାପ୍ରତି ୧୬ କିମି ବେଗରେ ପୁରୀ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳବିଶେଷରେ ଏହା ୨୦୦ କିମି ହେବ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ।

Related story