୫୦ରୁ ୬୦ କିମିରେ ବେଗରେ ବହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶାରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଆଜିଠୁ ବିଭିନ୍ନ ଜିଲ୍ଲାରେ ୩୦ ତାରିଖ ଯାଏଁ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ଆଜି ଉପକୂଳ ଓଡ଼ିଶାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୫୦ରୁ ୬୦ କିମିରେ ପବନ ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼କୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ଓ ବଜ୍ରପାତ ଆଶଙ୍କା […]

Barsha-(1)-1

Tapas Behera
  • Published: Saturday, 25 April 2020
  • , Updated: 25 April 2020, 04:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାରାଷ୍ଟ୍ରର ବିଦର୍ଭ ଓ ଛତିଶଗଡ଼ ଆଖପାଖରେ ଘୂର୍ଣ୍ଣିବଳୟ ଯୋଗୁଁ ଓଡ଼ିଶାରେ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଆଜିଠୁ ବିଭିନ୍ନ ଜିଲ୍ଲାରେ ୩୦ ତାରିଖ ଯାଏଁ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ। ଆଜି ଉପକୂଳ ଓଡ଼ିଶାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୫୦ରୁ ୬୦ କିମିରେ ପବନ ହେବ। କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼କୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ଓ ବଜ୍ରପାତ ଆଶଙ୍କା କରାଯାଇଛି।
କଳାହାଣ୍ଡି ଓ କୋରାପୁଟରେ ମଧ୍ୟ କାଳବୈଶାଖୀ ବର୍ଷା, ବଜ୍ରପାତ ସମ୍ଭାବନା ରହିଛି। ବିଶେଷ କରି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟରେ ପ୍ରବଳ ବର୍ଷିବ। ସେହିପରି ରାୟଗଡ଼ା, ଗଜପତି, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ବି ବର୍ଷିବ। ଆଗାମୀ ୪୮ ଘଣ୍ଟା ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ  ବାରଣ କରାଯାଇଛି।

Related story