ଆଜି ୨୩ ଜିଲ୍ଲାରେ ବର୍ଷା ସାଙ୍ଗକୁ ହୋଇପାରେ ଝଡ଼ ତୋଫାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଥିବା ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଯାଇଛି । ଆଜି ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଥିବା ବେଳେ ରାଜ୍ୟର ୨୩ ଜିଲ୍ଲାକୁ ବର୍ଷା, ଝଡ଼ତୋଫାନ ନିମନ୍ତେ ସତର୍କ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ଏହାବ୍ୟତୀତୀତ କଟକ ସହର ସମେତ […]

rain4

rain4

Niharika Rout
  • Published: Thursday, 20 August 2020
  • Updated: 20 August 2020, 07:55 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଥିବା ମୌସୁମୀ ବାୟୁ ଆହୁରି ସକ୍ରିୟ ହୋଇଯାଇଛି । ଆଜି ବିଭିନ୍ନ ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଥିବା ବେଳେ ରାଜ୍ୟର ୨୩ ଜିଲ୍ଲାକୁ ବର୍ଷା, ଝଡ଼ତୋଫାନ ନିମନ୍ତେ ସତର୍କ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି କରାଯାଇଛି। ଏହାବ୍ୟତୀତୀତ କଟକ ସହର ସମେତ କଟକ ଜିଲ୍ଲା, ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼, ପୁରୀ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ ଜିଲ୍ଲା, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ଅନୁଗୁଳ, ଦେବଗଡ଼ ଜିଲ୍ଲାକୁ ମଧ୍ୟ  ବର୍ଷା ପାଇଁ ଆଲର୍ଟ କରାଯାଇଛି।

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଉପକୂଳ ଓଡ଼ିଶାରେ ପ୍ରବାହିତ କେତେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଯୋଗୁଁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବସ୍ତା ବ୍ଲକ ମଥାନିରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ବିପଦ ସଂକେତ ସ୍ତର ୫.୫ ମିଟର ହୋଇଥିବାବେଳେ ଏବେ ଜଳସ୍ତର ୬.୬ ମିଟର ରହିଛି ।

ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ପ୍ରବଳ ବର୍ଷା ହେବା ଦ୍ୱାରା ପାଣି ଜମିବା, ଆକସ୍ମିକ ବନ୍ୟା ଏବଂ  ଭୂସ୍ଫଳନ ନେଇ ଆଲର୍ଟ ଜାରି କରାଯାଇଛି । ଏନେଇ ବିଡିଓ, ତହସିଲଦାର, ଇଂଜିନିୟର,ଓଡ୍ରାଫ୍ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ  ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଦୀ ବନ୍ଧ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅପରପକ୍ଷେ ଆସନ୍ତା ୨୩ ତାରିଖରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos