ଘନୀଭୂତ ହେଉଛି ଲଘୁଚାପ:୧୫ ଓ ୧୬ରେ ଉପକୂଳ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲୋ-ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ଅନୁସାରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, ଗଜପତି, ରାୟଗଡା ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ।

ସାମ୍ଭାବ୍ୟ ବର୍ଷାକୁ ଦେଖି ସତର୍କତା ଡାକ ବାଜି ଯନ୍ତ୍ରରେ ଚାଷୀଙ୍କୁ ଆଲର୍ଟ କରାଯାଉଛି। ଲଘୁଚାପ ବର୍ଷାରୁ ଧାନ ଫସଲକୁ ରକ୍ଷା କରିବାକୁ କୃଷି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ବାଣପୁର ଓ ବୋଲଗଡରେ ଆଜି ଏଭଳି ଢଙ୍ଗରେ ଚାଷୀଙ୍କୁ ସଚେତନ କରିଛି କୃଷି ବିଭାଗ। ସେହିପରି ଆକାଶରେ ମେଘ ଦେଖି ଚାଷୀ ବି ତତ୍ପର। ଅଦିନିଆ ବର୍ଷାରୁ ବର୍ଷ ଯାକର ପରିଶ୍ରମକୁ ସୁରକ୍ଷା ଦେବାକୁ ତର ତର ହୋଇ ଧାନ କାଟିବାରେ ଲାଗିଛନ୍ତି।

Ordigital Desk
• Published: Tuesday, 14 November 2017
• Updated: 14 November 2017, 10:13 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲୋ-ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗ ଅନୁସାରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, ଗଜପତି, ରାୟଗଡା ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ।

ସାମ୍ଭାବ୍ୟ ବର୍ଷାକୁ ଦେଖି ସତର୍କତା ଡାକ ବାଜି ଯନ୍ତ୍ରରେ ଚାଷୀଙ୍କୁ ଆଲର୍ଟ କରାଯାଉଛି। ଲଘୁଚାପ ବର୍ଷାରୁ ଧାନ ଫସଲକୁ ରକ୍ଷା କରିବାକୁ କୃଷି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ବାଣପୁର ଓ ବୋଲଗଡରେ ଆଜି ଏଭଳି ଢଙ୍ଗରେ ଚାଷୀଙ୍କୁ ସଚେତନ କରିଛି କୃଷି ବିଭାଗ। ସେହିପରି ଆକାଶରେ ମେଘ ଦେଖି ଚାଷୀ ବି ତତ୍ପର। ଅଦିନିଆ ବର୍ଷାରୁ ବର୍ଷ ଯାକର ପରିଶ୍ରମକୁ ସୁରକ୍ଷା ଦେବାକୁ ତର ତର ହୋଇ ଧାନ କାଟିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos