ସନ୍ଧ୍ୟାରେ ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମଧ୍ୟ ମାରିବ। ଏଥିପାଇଁ ୩ ଜିଲ୍ଲାକୁ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ସନ୍ଧ୍ୟା ୫ଟା ୪୫ ମିନିଟ୍‌ ଭିତରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ମଧ୍ୟ ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଗତ କିଛି […]

rain-2-e1444738973104

Manoranjan Sial
  • Published: Tuesday, 23 October 2018
  • , Updated: 23 October 2018, 03:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟାରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମଧ୍ୟ ମାରିବ। ଏଥିପାଇଁ ୩ ଜିଲ୍ଲାକୁ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଆଜି ସନ୍ଧ୍ୟା ୫ଟା ୪୫ ମିନିଟ୍‌ ଭିତରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ମଧ୍ୟ ହେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ଗତ କିଛି ଦିନ ତଳେ ‘ତିତ୍‌ଲି’ ଓଡ଼ିଶାରେ ତଣ୍ଡବ ରଚିଥିଲା। ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବାତ୍ୟା ପରେ ହୋଇଥିବା ବନ୍ୟାରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଥିଲା। ସରକାରୀ ଭାବେ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ମଧ୍ୟ ପ୍ରତିଦିନ ଭଗ୍ନସ୍ତୁପ ତଳୁ ମିଳୁଛି ମୃତଦେହ। ଏହି ୩ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଚାଲିଛି।

Related story