ଅକ୍ଟୋବର ୨ରୁ ବର୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ଅକ୍ଟୋବର ୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନ ମୋହନ ଦାସ କହିଛନ୍ତି,“ ଅକ୍ଟୋବର ୨ ଓ ୩ ତାରିଖ ଦୁଇ ଦିନ ରାଜ୍ୟରେ ବର୍ଷା ହେବ। ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି […]

rain-1-1-750x430

Tapaswini Nayak
  • Published: Monday, 30 September 2019
  • , Updated: 30 September 2019, 01:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କିନ୍ତୁ ଅକ୍ଟୋବର ୨ ତାରିଖରୁ ପୁଣି ବର୍ଷା ଆରମ୍ଭ ହୋଇଯିବ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନ ମୋହନ ଦାସ କହିଛନ୍ତି,“ ଅକ୍ଟୋବର ୨ ଓ ୩ ତାରିଖ ଦୁଇ ଦିନ ରାଜ୍ୟରେ ବର୍ଷା ହେବ। ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।  ପଶ୍ଚିମ ଓଡ଼ିଶା ଓ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ଆକାଶ ଆଶିଂକ ମେଘାଚ୍ଛନ ରହିବ।’

ଶ୍ରୀ ଦାସ କହିଛନ୍ତି,“ ଓଡ଼ିଶାରେ ମୌସୁମୀ ବାୟୁ ସ୍ୱାଭାବିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗିର, ଭବାନୀପାଟଣା, ସମ୍ବଲପୁର,ହୀରାକୁଦ, ସୋନପୁର,ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ମଧ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଛି।”

 

Related story