କାଲିଠୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ପ୍ରବଳ ବର୍ଷା। ଏହା ଆସନ୍ତା ୮ ତାରିଖ ଯାଏ ଚାଲିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଲକ୍ଷ୍ମୀକାନ୍ତ ଗିରି ଏହି ସୂଚନା ଦେଇଛନ୍ତି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ଆଖପାଖ ଅଞ୍ଚଳରେ ଆସନ୍ତା ୪ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତା’ ସହିତ ରାଜସ୍ଥାନରୁ ଓଡ଼ିଶା ଦେଇ ମଣିପୁର ଯାଏ ମନ୍‌ସୁନ୍‌ ଟ୍ରଫ୍‌ ଲାଇନ୍‌ ଲମ୍ବିଛି । […]

rain1

Tapaswini Nayak
  • Published: Friday, 02 August 2019
  • , Updated: 02 August 2019, 10:47 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେବ ପ୍ରବଳ ବର୍ଷା। ଏହା ଆସନ୍ତା ୮ ତାରିଖ ଯାଏ ଚାଲିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଲକ୍ଷ୍ମୀକାନ୍ତ ଗିରି ଏହି ସୂଚନା ଦେଇଛନ୍ତି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ଆଖପାଖ ଅଞ୍ଚଳରେ ଆସନ୍ତା ୪ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତା’ ସହିତ ରାଜସ୍ଥାନରୁ ଓଡ଼ିଶା ଦେଇ ମଣିପୁର ଯାଏ ମନ୍‌ସୁନ୍‌ ଟ୍ରଫ୍‌ ଲାଇନ୍‌ ଲମ୍ବିଛି । ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି ଜଣାଯାଇଛି।

ସେ କହିଛନ୍ତି, “ବିଶେଷ କରି ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ମାଲକାନଗିରି, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କୋରାପୁଟ, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।”

ଶ୍ରୀ ଗିରି ଆହୁରି କହିଛନ୍ତି,“ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଏହି ଲଘୁଚାପ ନିଅଣ୍ଟିଆ ବର୍ଷା ପରିମାଣକୁ ପୂରଣ କରିବ।”

Related story