ବାରିପଦା(ମାଣିକ ଲାଲ ପାଣି): ବାରିପଦା ସହରର ବାରୁଣି ଶିବ ମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକଙ୍କ ଆନୁମାନିକ ବୟସ ୫୦ରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି।
ପୋଲ ବାଡ଼ରେ ଏକ ରଶି ବନ୍ଧା ଯାଇଥିବା ବେଳେ ସେଥିରେ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ଟାଉନ୍ ପୁଲିସ୍ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଶବକୁ ତଳକୁ ଓହ୍ଲାଇ ଦେଇଛନ୍ତି।
ପାରିପାର୍ଶ୍ୱିକ ସ୍ଥିତିରୁ ସେ ସେଠାରେ ଆତ୍ମହତ୍ୟା କରି ଥାଇପାରନ୍ତି କିମ୍ବା ତାଙ୍କୁ କେହି ହତ୍ୟା କରି ସେଠାରେ ଟାଙ୍ଗି ଦେଇ ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Miscellaneous
ସରିଲା ଐତିହାସିକ କଟକ ବାଲିଯାତ୍ରା, ୯ ଦିନରେ ୨୫୦ କୋଟି ଟଙ୍କା ବେପାର
ଐତିହାସିକ କଟକ ବାଲିଯାତ୍ରା ସରିବା ପରେ ୯ ଦିନର କୋଳାହଳ ଏବେ ଶାନ୍ତ ପଡ଼ିଛି। ୯ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବାବେଳେ ସେଥିରୁ କେବଳ ଓରମାସ ୪୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡ଼ିଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Miscellaneous
ରତ୍ନଭଣ୍ଡାରରେ ନାହିଁ ଗୁପ୍ତ କୋଠରୀ କି ସୁଡ଼ଙ୍ଗ, ମରାମତି ବାଟ ଫିଟିଲା
ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। ଜିପିଆରଏସ୍ ସର୍ଭେ ରିପୋର୍ଟରୁ ହେଲା ସ୍ପଷ୍ଟ। ଦିନେ ଦୁଇ ଦିନରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
Politics
ରାସ୍ତା ମରାମତି କାମକୁ ନେଇ ତାତିଲେ ନଗର ଉନ୍ନୟନ ମନ୍ତ୍ରୀ
ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ହେଉନାହିଁ। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।