ରସଗୋଲା ମାମଲା: ଜବାବ ଦାଖଲ ପାଇଁ ସବୁ ପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଅଫିସ, ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୂଣ୍ୟଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ଚ୍ୟାଲେଞ୍ଜ କରାଯାଇଛି। […]

Rasagola

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 09:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି ଅଫିସ, ପଶ୍ଚିମବଙ୍ଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦକୁ ନୋଟିସ କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ଓଡ଼ିଆ ପର୍ବ ଓ ପୂଣ୍ୟଉତ୍କଳ ପକ୍ଷରୁ ଆଗତ ଏ ସମ୍ପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ଉଦାସୀନତାକୁ ଚ୍ୟାଲେଞ୍ଜ କରାଯାଇଛି। ରସଗୋଲା,  ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ତେଣୁ ଓଡ଼ିଶାରେ ଏହାର ବ୍ୟବହାର ବହୁ ପୁରୁଣା। ହେଲେ ଏହା ସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ପଶ୍ଚିମବଙ୍ଗ ଚଞ୍ଚକତା ପୂର୍ବକ ଜିଆଇ ମାନ୍ୟତା ହାସଲ କରିଥିବା ଆବେଦନକାରୀ ଦର୍ଶାଇଛନ୍ତି।

Related story