୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ(ଓଡିଶା ରିପୋର୍ଟର): ବହୁତ ହୋଇଗଲା। ଏପ୍ରିଲ ୧୬ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ଭକ୍ତଙ୍କ ନିମିତ୍ତ ଉନ୍ମୃକ୍ତ କରାଯାଉ। ଭିତର କାଠ ନିକଟରୁ ଆରମ୍ଭ ହେଉ ଶ୍ରୀଜୀଉଙ୍କୁ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ପ୍ରଶାସନକୁ ଆଜି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି  ହାଇକୋର୍ଟ । ତାସହ ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍ ବି.ପି.  ଦାସଙ୍କ ପ୍ରସ୍ତାବକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି । କମିଶନଙ୍କ ପ୍ରସ୍ତାବ ଅନୁସାରେ ଏଣିକି ଗର୍ଭଗୃହକୁ କେବଳ ନିର୍ଦ୍ଦିଷ୍ଟ  ସେବା ପୂଜା ଥିବା ସେବାୟତଙ୍କ […]

JU

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 07:09 AM IST

ପୁରୀ(ଓଡିଶା ରିପୋର୍ଟର): ବହୁତ ହୋଇଗଲା। ଏପ୍ରିଲ ୧୬ ତାରିଖ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ଭକ୍ତଙ୍କ ନିମିତ୍ତ ଉନ୍ମୃକ୍ତ କରାଯାଉ। ଭିତର କାଠ ନିକଟରୁ ଆରମ୍ଭ ହେଉ ଶ୍ରୀଜୀଉଙ୍କୁ ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିର ପ୍ରଶାସନକୁ ଆଜି ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି  ହାଇକୋର୍ଟ । ତାସହ ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍ ବି.ପି.  ଦାସଙ୍କ ପ୍ରସ୍ତାବକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ କହିଛନ୍ତି । କମିଶନଙ୍କ ପ୍ରସ୍ତାବ ଅନୁସାରେ ଏଣିକି ଗର୍ଭଗୃହକୁ କେବଳ ନିର୍ଦ୍ଦିଷ୍ଟ  ସେବା ପୂଜା ଥିବା ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ଯାଇପାରିବେ  ନାହିଁ ବୋଲି ଦର୍ଶାଯାଇଛି। ଯାହାକୁ ନେଇ ଭକ୍ତ ଓ ସେବାୟତ ମହଲରୁ ଆସୁଛି ମିଶ୍ର  ପ୍ରତିକ୍ରିୟା।

ଏପ୍ରିଲ ୧୬ ସୁଦ୍ଧା ଜଗମୋହନ ଖୋଲିବା ପ୍ରସଙ୍ଗରେ ନିଜେ ଶ୍ରୀମନ୍ଦିର ନୀତି  ପ୍ରଶାସକ ପ୍ରଦୀପ ଦାସ ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟଙ୍କ ଆଦେଶକୁ ଅବିଳମ୍ବେ ଅନୁପାଳନ କରିବାକୁ ସମ୍ମତି ଜଣାଇଛନ୍ତି । ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲେ ଭକ୍ତ, ଶ୍ରୀମନ୍ଦିର ଭିତର କାଠ ନିକଟରୁ  ଠାକୁରଙ୍କୁ ଦର୍ଶନ କରିପାରିବେ। ହେଲେ କୋର୍ଟଙ୍କ ଅନ୍ୟ ଏକ ନିର୍ଦ୍ଦେଶ  କ୍ରମେ ସବୁଦିନ ପାଇଁ ବନ୍ଦ ହୋଇପାରେ ଗର୍ଭଗୃହ ଭିତରକୁ ଯାଇ  ଶ୍ରୀଜୀଉଙ୍କୁ ଦର୍ଶନ । କାରଣ ଜଷ୍ଟିସ ବି.ପି.ଦାସଙ୍କୁ ନେଇ ଗଠିତ  ଶ୍ରୀମନ୍ଦିର ସଂସ୍କାର କମିଶନ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବକୁ କୋର୍ଟ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ସଂସ୍କାର କମିଶନ ଦେଇଥିବା-କ୍ଲଜ ଥ୍ରୀ (କେ) ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଗର୍ଭଗୃହକୁ କେବଳ ସେହିମାନେ ହିଁ ଯାଇପାରିବେ, ଯେଉଁମାନଙ୍କର ସେହି ଦିନ  ସେବାପୂଜା ସହ ସମ୍ପର୍କ ରହିଥିବ । ଅର୍ଥାତ୍ ଅନ୍ୟ ସେବାୟତ କିମ୍ବା  ବାହାର ଲୋକ କେହି ଭିତରକୁ ଯାଇ ପାରିବେ ନାହିଁ।

ଯଦି ଏହି ନିର୍ଦ୍ଦେଶର ଅନୁପାଳନ ହୁଏ ତା ହେଲେ ସାହାଣମେଲା ଓ ପାରମାଣିକ ଦର୍ଶନ ବ୍ୟବସ୍ଥା ସବୁଦିନ ପାଇଁ ବନ୍ଦ ହୋଇଯିବ। ଭକ୍ତ ଓ ସେବାୟତ ମହାପ୍ରଭୁଙ୍କ ସାନିଧ୍ୟକୁ ଯାଇ ଦର୍ଶନ କରିବାର ସୁବିଧାରୁ ବଞ୍ଚିତ ହେବେ। ଯାହାକୁ ନେଇ ଉଭୟ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ପ୍ରତିକ୍ରିୟା  ପ୍ରକାଶ ପାଇଛି । ଏ ନେଇ ଆଗକୁ କେତେକ ସେବାୟତ ଗୋଷ୍ଠୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ମଧ୍ୟ କହିଛନ୍ତି।

Related story