ଶପଥ ନେଲେ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି । କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ […]

justice--1--1

Niharika Rout
  • Published: Monday, 27 April 2020
  • , Updated: 27 April 2020, 11:05 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର); ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ ଶପଥ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ ଶପଥ ନେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥ ପାଠ କରାଇଛନ୍ତି ।

କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା । ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ ରଫିକ ପୂର୍ବରୁ ମେଘାଳୟ ଓ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି ।

୨୦୦୬ ମସିହାରେ ସେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାସହ ଦୁଇ ଦୁଇ ଥର ରାଜସ୍ଥାନ ହାଇକୋର୍ଟର  ଆକ୍ଟିଂ ଚିଫ୍ ଜଷ୍ଟିସ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଗତବର୍ଷ ନଭେମ୍ବର ୧୩ରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ୍ ଜାଭେରୀ ଅବସର ନେବା ପରେ ଗତ ଜାନୁଆରୀ ମାସରେ ବରିଷ୍ଠ ବିଚାରପତି ସଞ୍ଜୁ ପଣ୍ଡାଙ୍କୁ ଆକ୍ଟିଂ ଚିଫ୍ ଜଷ୍ଟିସ ଭାବେ ନିଯୁକ୍ତି ଦିଆଯାଇଥିଲା ।

Related story