ବିନା ହେଲମେଟରେ ବିଜେଡି କର୍ମୀଙ୍କ ବାଇକ୍‌ ରାଲିକୁ ନେଇ ହାଇକୋର୍ଟଙ୍କ ଜବାବତଲବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରଠୁ ଯାଞ୍ଚ କଡ଼ା କଡ଼ି କରିଛି ପୁଲିସ୍‌। ଗହଳି ଭିତରୁ ପୁଲିସ୍‌ ଆଖିରେ ଧୂଳି ଦେଇ ଖସି ଯାଇପାରୁଥିବା ଉଲ୍ଲଂଘନକାରୀଙ୍କ ନିକଟରେ ପହଞ୍ଚି ଯାଉଛି  ଅଟୋମେଟିକ ଚାଲାଣ । କିନ୍ତୁ ଗତ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍‌ରେ ଶତାଧିକ ଗାଡ଼ି ଧରି ରାଲି କରିଥିଲେ । ରାଲିରେ ବାଇକ୍‌ ପଛ ସିଟରେ ମଧ୍ୟ ବସିଥିବା […]

bjd-1-1

bjd-1-1

Niharika Rout
  • Published: Friday, 03 January 2020
  • Updated: 03 January 2020, 09:35 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରଠୁ ଯାଞ୍ଚ କଡ଼ା କଡ଼ି କରିଛି ପୁଲିସ୍‌। ଗହଳି ଭିତରୁ ପୁଲିସ୍‌ ଆଖିରେ ଧୂଳି ଦେଇ ଖସି ଯାଇପାରୁଥିବା ଉଲ୍ଲଂଘନକାରୀଙ୍କ ନିକଟରେ ପହଞ୍ଚି ଯାଉଛି  ଅଟୋମେଟିକ ଚାଲାଣ ।

କିନ୍ତୁ ଗତ ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ବିନା ହେଲମେଟ୍‌ରେ ଶତାଧିକ ଗାଡ଼ି ଧରି ରାଲି କରିଥିଲେ । ରାଲିରେ ବାଇକ୍‌ ପଛ ସିଟରେ ମଧ୍ୟ ବସିଥିବା ଦଳୀୟ ନେତା ଓ ସମର୍ଥକମାନେ ହେଲମେଟ ପିନ୍ଧିନଥିଲେ। ଏସବୁ କାଣ୍ଡ ପୁଲିସ୍‌ ଆଖି ଆଗରେ ଘଟିଥିଲେ ମଧ୍ୟ ଚାଲାଣ କାଟିବାରେ ପଛ ଘୁଞ୍ଚା ଦେଉଛି ପୁଲିସ୍‌।

ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଲି, ଧାରଣା ଓ ବିକ୍ଷୋଭ ସମୟରେ ରାଜ୍ୟ ପୁଲିସ୍‌ର ପଦକ୍ଷେପ ପ୍ରସଙ୍ଗରେ ହାଇକୋର୍ଟ କରିଛନ୍ତି ଜବାବ ତଲବ । ଖାସ କରି ଗତ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ମୋଟରସାଇକେଲ ରାଲି ପ୍ରସଙ୍ଗରେ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୁଲିସ୍‌ରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ଏହି ଜବାବ ତଲବ କରିଛନ୍ତି ।

ଏହି ମାମଲାର ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଆଧାରରେ ଜବାବ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଆସିକସ୍‌କ୍ୟୁରୀ ଗୌତମ ମୁଖାର୍ଜୀ ଦର୍ଶାଇଥିଲେ, ଗତ ୨୬ତାରିଖରେ ବିଜେଡି ରାଲିରେ ଶହ ଶହ ଲୋକ ଯୋଗଦେଇଥିଲେ । ସେମାନେ  ବିନା ହେଲମେଟରେ ବାଇକ୍‌ ରାଲି କରୁଥିଲେ ମଧ୍ୟ ପୁଲିସ୍‌ ସେମାନଙ୍କୁ ସୁରକ୍ଷା ଯୋଗାଇଥିବା ନେଇ ସେ ଦର୍ଶାଇଥିଲେ । ଆମିକସ୍‌କ୍ୟୁରୀଙ୍କ ରିପୋର୍ଟ ପାଇବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos