ଘନ କୁହୁଡ଼ି ନା ସିଗନାଲ୍‌ ସମସ୍ୟା, ଟ୍ରେନ୍‌ ଲାଇନ୍‌ଚ୍ୟୁତ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଆଜି ସକାଳେ ଲାଇନ୍‌ଚ୍ୟୁତ୍ ହୋଇଛି।  ଶାଳଗାଁ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୁରା ଘଟଣାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲ୍‌ୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର । ଟ୍ରେନ୍‌ଟି କେଉଁ କାରଣରୁ ଦୁର୍ଘଟଣାଗସ୍ତ […]

nirgundi-5--5

Niharika Rout
  • Published: Thursday, 16 January 2020
  • , Updated: 16 January 2020, 01:38 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍‌ଠୁ ମାତ୍ର କିଛି ମିଟର ଦୂରରେ ମୁମ୍ବାଇ-ଭୁବନେଶ୍ୱର ଏଲ୍‌ଟିଟି ଏକ୍ସପ୍ରେସ୍‌ ଆଜି ସକାଳେ ଲାଇନ୍‌ଚ୍ୟୁତ୍ ହୋଇଛି।  ଶାଳଗାଁ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ପୁରା ଘଟଣାର ତଦନ୍ତ ହେବ ବୋଲି ସୂଚନା ଦେଇଛନ୍ତି ଇଷ୍ଟକୋଷ୍ଟ ରେଲ୍‌ୱେର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର ।

ଟ୍ରେନ୍‌ଟି କେଉଁ କାରଣରୁ ଦୁର୍ଘଟଣାଗସ୍ତ ହୋଇଛି  ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି । ଟ୍ରେନ୍ ଚାଲିବା ବେଳେ ଘନ କୁହୁଡ଼ି ଥିଲା । ଏହାସହ ସିଗନାଲ୍ ସମସ୍ୟା ଥିଲା କି ନାହିଁ ତାକୁ ନଜରରେ ରଖି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଅପରପକ୍ଷେ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ସ୍ଥାନୀୟ ଲୋକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲ। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Related story