ବଞ୍ଚିବାର ଆଶା ଛାଡ଼ି ନେଲେ ଚରମ ନିଷ୍ପତ୍ତି, ନିଜକୁ ଜାଳିଦେଲେ ଯୁବକ

ରାଇରଙ୍ଗପୁର(ରାଜେଶ ଶର୍ମା): ଏଚ୍‌ଆଇଭିରେ ଆକ୍ରାନ୍ତ ଯୁବକଙ୍କ ବଞ୍ଚିବା ପାଇଁ ବହୁ କଷ୍ଟ ହେଉଥିଲା। ଅସହ୍ୟ ହେଉଥିଲା ଦେହର ଯନ୍ତ୍ରଣା। ସେପଟେ ପରିବାରରେ ଆଉ କେହି ନଥିବାରୁ ନାନା ଦହଗଞ୍ଜ ହେଉଥିଲେ। ବଞ୍ଚିବାର ଆଶା ଛାଡ଼ିଦେଇ ନେଲେ ଚରମ ନିଷ୍ପତ୍ତି। ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲେ। ଚାଲିଗଲା ତାଙ୍କ ଜୀବନ। ଆଜି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା। ତିରିଂ ଥାନା ଅଞ୍ଚଳରେ ରୁହନ୍ତି ଏଚ୍‌ଆଇଭିରେ ଆକ୍ରାନ୍ତ ଜଣେ ଯୁବକ। […]

hivs

Manoranjan Sial
  • Published: Friday, 13 December 2019
  • , Updated: 13 December 2019, 09:27 PM IST

ରାଇରଙ୍ଗପୁର(ରାଜେଶ ଶର୍ମା): ଏଚ୍‌ଆଇଭିରେ ଆକ୍ରାନ୍ତ ଯୁବକଙ୍କ ବଞ୍ଚିବା ପାଇଁ ବହୁ କଷ୍ଟ ହେଉଥିଲା। ଅସହ୍ୟ ହେଉଥିଲା ଦେହର ଯନ୍ତ୍ରଣା। ସେପଟେ ପରିବାରରେ ଆଉ କେହି ନଥିବାରୁ ନାନା ଦହଗଞ୍ଜ ହେଉଥିଲେ। ବଞ୍ଚିବାର ଆଶା ଛାଡ଼ିଦେଇ ନେଲେ ଚରମ ନିଷ୍ପତ୍ତି। ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲେ। ଚାଲିଗଲା ତାଙ୍କ ଜୀବନ। ଆଜି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା।

ତିରିଂ ଥାନା ଅଞ୍ଚଳରେ ରୁହନ୍ତି ଏଚ୍‌ଆଇଭିରେ ଆକ୍ରାନ୍ତ ଜଣେ ଯୁବକ। ପୂର୍ବରୁ ତାଙ୍କ ବାପା, ମାଆ ଓ ଭାଇର ମୃତ୍ୟୁ ହୋଇଥିବାରୁ ସେ ଏକା ରହୁଥିଲେ। କାମଦାମ କରି ଚଳୁଥିଲେ। ତେବେ ୩ ବର୍ଷରେ ତଳେ ସେ ଅସୁସ୍ଥ ହୋଇପଡ଼ି ଥିଲେ। ପଡୋଶୀମାନେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ସାମାନ୍ୟ ଆରୋଗ୍ୟ ହେବା ପରେ ସେ ଘରକୁ ଫେରିଥିଲେ। ହେଲେ ଚଳିବାରେ ବହୁ ଅସୁବିଧା ହେଉଥିଲା।

ଅନ୍ୟପକ୍ଷରେ ଦେହର ଯନ୍ତ୍ରଣା ଅସହ୍ୟ ହେଉଥିଲା। ଯେଉଁଥିପାଇଁ ଆଜି ଅପରାହ୍ନ ୩ଟା ବେଳେ ନିଜ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ନିଆଁ ଦେଖି ପାଖ ପଡୋଶୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Related story