ପୁରୀ(ଓଡ଼ିଶା ରିପୋର୍ଟର):ହୋଲ୍ଡିଂ ଟ୍ୟାକ୍ସ ନେଇ ଆସିଛି ଗୁରୁତର ଅଭିଯୋଗ। କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଥିବା ତାଲିକାରେ ଅଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି, ବିଏସ୍.ଏନ.ଏଲ, ତାରକା ହୋଟେଲ, ଲଜିଂ ଓ ରେଷ୍ଟୁରାଣ୍ଟ । ଏ ସମସ୍ତ ଅନୁଷ୍ଠାନକୁ ପୁରୀ ପୌରସଂସ୍ଥା ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସ ଜାରି ହୋଇଥିବା ଅନୁଷ୍ଠାନକୁ ୭ଦିନ ମହଲତ ଦିଆଯାଇଛି । ହୋଲ୍ଡିଂ ଟ୍ୟାକ୍ସ ପୈଠ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୌରସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ।
ପୁରୀ ପୌର ସଂସ୍ଥାର ବାକି ପଡ଼ିଛି କୋଟିଏରୁ ଅଧିକ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ। ସହରର ଶତାଧିକ ହୋଟେଲ, ରେଷ୍ଟୁରାଣ୍ଟ, ଲଜିଂ ଦେଇ ନାହାନ୍ତି କର । ଟ୍ୟାକ୍ସ ଦେଇନଥିବା ତାଲିକାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି। ବର୍ଷ ବର୍ଷ ଧରି ହୋଲ୍ଡିଂ ଟ୍ୟାକ୍ସ ବାକି ପଡ଼ିଥିଲେ ବି ପ୍ରଶାସନର ନିଘା ନାହିଁ । ସେହିପରି ହୋଟେଲ ସୋନାଲି, ହୋଟେଲ ସିଗଲ, ରେଣୁକା ଭବନ, ଇ-୨୪ ହସପିଟାଲ,ଏପରିକି ବହୁଚର୍ଚ୍ଚିତ ଏମାର ମଠ ନାଁରେ ମଧ୍ୟ ୭ଲକ୍ଷ ୮୭ ହଜାର ୬୪୦ ଟଙ୍କା ଟ୍ୟାକ୍ସ ବାକି ରହିଛି।